ମୁଖ୍ୟ ରାସ୍ତାରୁ ଫ୍ଲେକ୍ସ, ହୋର୍ଡ଼ିଂଗ, ଦଳୀୟ ପତାକା ହଟାଇଲା ପୌରପାଳିକା

Advertisment
ମୁଖ୍ୟ ରାସ୍ତାରୁ ଫ୍ଲେକ୍ସ, ହୋର୍ଡ଼ିଂଗ, ଦଳୀୟ ପତାକା ହଟାଇଲା ପୌରପାଳିକା

ଜୟପୁର: ସାଧାରଣ ନିର୍ବାଚନର ଆଦର୍ଶ ଆଚରଣ ବିଧି ଆଜିଠାରୁ ଜାତୀୟ ନିର୍ବାଚନ କମିଶନ ଲାଗୁ କରିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ଲାଗିଥିବା ବିଭିନ୍ନ ଦଳ, ସଂଗଠନ ଆଦିର ଫ୍ଲେକ୍ସ, ହୋର୍ଡ଼ିଂଗ, ଦଳୀୟ ପତାକା ଆଦିକୁ ସହରର ବିଭିନ୍ନ ରାସ୍ତା, ଛକ ସହ ସାହିଗୁଡ଼ିକରେ ଛାଇ ହୋଇଯାଇଥିଲା। ଆଜି ପୌରପାଳିକା ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟରାସ୍ତା, ଏମଜି ରୋଡର ଅଧା ପର୍ଯ୍ୟନ୍ତ ବାହାର କରାଯାଇଛି ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ପୌରପାଳିକାର ବିଦ୍ୟୁତ ଖୁଣ୍ଟ ଠାରୁ ଆରମ୍ଭ କରି ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ହୋର୍ଡ଼ିଂଗ ବ୍ୟାନର ରହିଥିଲା।

ପୌର କର୍ମଚାରୀମାନେ ଆସନ୍ତାକାଲି ଗାନ୍ଧୀଛକରୁ ମୁଖ୍ୟ ଟ୍ରାଫିକ ଛକ, ଏମଜି ରୋଡର ଶେଷ ପର୍ଯ୍ୟନ୍ତ ଏସବୁ ବ୍ୟାନର , ପୋଷ୍ଟରକୁ କାଢିବେ । ସେଭଳି ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ ସରକାରୀ ଯୋଜନାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ରହିଥିବା ଫ୍ଲେକ୍ସ ଓ ହୋର୍ଡ଼ିଂଗକୁ କାଡ଼ିବାକୁ କୁହାଯାଇଛି ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ନଚେତ ପୌରପାଳିକା ପକ୍ଷରୁ କଢ଼ାଯିବ ବୋଲି କହିଛନ୍ତି। ସେଭଳି ସହରରେ ବିଭିନ୍ନ ଯୋଜନାର ୧୦୦ଟି ହୋର୍ଡ଼ିଂଗ ଲାଗିଥିବାରୁ ଏସବୁକୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ଘୋଡାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ନଥିବା ବିଭିନ୍ନ ସରକାରୀ ଯୋଜନାର ହୋର୍ଡ଼ିଂଗ ଲାଗି ପାରିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ। ପୌରପାଳିକାର ଅନୁମତି ବିନା ପ୍ଲେକ୍ସ, ବୋର୍ଡ,ପୋଷ୍ଟର ଆଦି ଲାଗିପାରିବନି। ପାଚେରୀ କିମ୍ବା କୌଣସି ସ୍ଥାନରେ ଲେଖାଗଲେ ବି ଅନୁମତି ନେଇ କରିବେ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe