ପଣ୍ଡରେନ ନାବାଳକ ହତ୍ୟା ମାମଲା: ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Advertisment
୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କମେଇମୁଣ୍ଡା ପଞ୍ଚାୟତର ପଣ୍ଡରେନ ଗାଁରେ ୨୦୨୧ ମସିହାରେ ଘଟିଥିବା ନାବାଳକ ହତ୍ୟା ମାମଲାର ବିଚାର କରି କଣ୍ଟାବାଞ୍ଜି ‌ଏଡିଜେ ହିମାଂଶୁ ଶେଖର ମଲ୍ଲିକ ତାଙ୍କ ରାୟ ଶୁଣାଇଛନ୍ତି। ମାମଲାର ଅଭିଯୁକ୍ତ ଅଭିଯୁକ୍ତ ଜିତେନ ପୋଢ଼ (୩୫)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହିତ ୪୦ ହଜାର ଟଙ୍କାର ଅର୍ଥ ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ପଣ୍ଡରେନ ଗାଁର ଧନପତ ଗହୀର ଓ ଜିତେନ ପୋଢ଼ଙ୍କ ମଧ୍ୟରେ ୨ ଡେସିମିଲ ଜମିକୁ ନେଇ ବିବାଦ ରହିଥି‌ଲା। ୨୦୨୧ ମସିହା ମେ ୨୦ ତାରିଖ ସକାଳୁ ଧନପତ ନିଜ ଜମିକୁ ବାଇକ ଯୋଗେ ଯାଉଥିବା ବେଳେ ଜିତେନ ତାଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିଲା। କୌଣସିମତ‌େ ଧନପତ ସେଠାରୁ ଦୌଡ଼ି ପଳାଇଥିଲେ। ସେତେବେଳେ ନିକଟରେ ମହୁଲ ଗଛ ତଳେ ଧନପତଙ୍କ କାକାପୁଅ ଭାଇ ପରମେଶ୍ୱର ଗହୀର ଟୋଲ ଗୋଟାଉଥିଲେ। ଜିତେନ ରାଗରେ ପରମେଶ୍ୱରଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଜିତେନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାନ୍ୟବର ଅଦାଲତ ଏହି ମାମଲାରେ ୨୮ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe