ପଡୋଶୀଙ୍କୁ କୋଦାଳରେ ହାଣି ହତ୍ୟା, ହତ୍ୟାକାରୀ ଗିରଫ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ରାଉରକେଲା : ଦୁଇ ପଡୋଶୀଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ଜଣଙ୍କର ଜୀବନ ଯାଇଛି। ଜଣେ ଅନ୍ୟ ଜଣଙ୍କୁ କୋଦାଳର ହାଣି ନିର୍ମମ ଭାବେ ହତ୍ୟା କରିଛି। ମୃତ ଜଣକ ହେଲେ ବିଶ୍ରା ବ୍ଲକ ଅନ୍ତର୍ଗତ ଉର୍ସୁ ପଞ୍ଚାୟତ ଚେଙ୍ଗଝରଣର ‌ଜିତେନ୍ଦ୍ର ମୁଣ୍ଡା (୪୦)। ବିଶ୍ରା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରୁ ହସ୍ତାନ୍ତର କରିଛି। ମୃତ ଜିତେନ୍ଦ୍ରଙ୍କ ପରିବାର ଲିଖିତ ଅଭିଯୋଗ ଆଧାରରେ ପୁଲିସ ହତ୍ୟାକାରୀ ଭରତ ବଡାଇକ (୨୧)କୁ ଗିରଫ କରି ଆଜି କୋର୍ଟ ଚଳାଣ କରିଛି।

ମିଳିଥିବା ସୂଚନା ମୁତାବକ ଚେଙ୍ଗଝରଣ ଗାଁରେ ଜିତେନ୍ଦ୍ର ଓ ଭରତ ପରିବାର ସହ ରହନ୍ତି। ଦୁହେଁ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୭ଟାରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜିତେନ୍ଦ୍ର ଘରୁ କୋଦାଳ ଆଣି ଭରତ ମୁଣ୍ଡ ଓ ପଛପାର୍ଶ୍ବକୁ ନିର୍ମମ ଭାବେ ହାଣି ପକାଇଥିଲା। ଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଯାଇଥିଲା। ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଜାଣି ଭରତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ବିଶ୍ରା ପୁଲିସ ପହଞ୍ଚି ଶବ ଜବତ କରିବା ସହ ଗାଁରେ ଲୁଚିଥିବା ଭରତକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe