ପାରୋଲରେ ଆସି ଫେରାର ହୋଇଥିବା ହତ୍ୟା ଅଭିଯୁକ୍ତ ୧୧ ବର୍ଷ ପରେ ପୁଲିସ ଜାଲରେ

Advertisment
ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରି ଚାକିରି ଘଟଣା: ସୁପରଭାଇଜରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ

Image Courtesy of India Today

ପୁରୀ : ପାରୋଲରେ ଘରକୁ ଆସିଥିବା ଜଣେ ପତ୍ନୀହନ୍ତାକାରୀ ସ୍ବାମୀକୁ ଆଜି ପୁଲିସ ଦୀର୍ଘ ୧୧ ବର୍ଷ ପରେ  ଧରିବାରେ ସକ୍ଷମ ହୋଇଛି। ଦୀର୍ଘ ବର୍ଷ ଧରି ପୁଲିସ ଆଖିରେ ଧୂଳି ଦେଇ ଏହି ହତ୍ୟାଭିଯୁକ୍ତ ଲୁଚି ରହିଥିଲା। ତେବେ ବ୍ରହ୍ମଗିରି ଥାନା ଆଇଆଇସି ମ‌ନୋଜ ଶତପଥୀଙ୍କ ଉଦ୍ୟମକ୍ରମେ ଏହି ଅପରାଧୀ ପୁଲିସ ଜାଲରେ ଆଜି ପଡ଼ିଥିବା ଏସ୍‌ପି ଡା. କେ. ଭିଶାଲ ସିଂହ ଟୁଇଟ୍‌ କରି ଜଣାଇଛନ୍ତି।

ଖବର ନେବାରେ ଜଣାପଡ଼ିଛି ଯେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ପାଖ ଇଛାପୁର ଭୋଇ ସାହିର ପଞ୍ଚୁ ଭୋଇଙ୍କ ପୁଅ ଦୁଃଶାସନ ଭୋଇ(୫୫) ଗତ ୧୯୯୨ ମସିହାରେ ନିଜ ପତ୍ନୀ କମଳା ଭୋଇଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେବା ସହିତ ହତ୍ୟା କରିଥିଲା। ଏନେଇ ଅଭିଯୋଗ ହେବାରୁ ବ୍ରହ୍ମଗିରି ଥାନା ପୁଲିସ  ଏକ ମାମଲା ରୁଜୁ କରି ଦୁଃଶାସନକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ବିଚାର କରି ମାନ୍ୟବର କୋର୍ଟ ଦୁଃଶାସନକୁ ଦୋଷୀ ସାବ୍ୟସ୍ତ କରି ତାକୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ଗତ ୨୦୧୦ ମସିହା ଜାନୁଆରୀ ୨୩ ତାରିଖ ଦିନ ଦୁଃଶାସନ ପାରୋଲରେ ଜେଲରୁ ଆସିଥିଲେ। କିନ୍ତୁ ଏହାପରେ ଦୁଃଶାସନ ଫେରାର ହୋଇଯାଇଥିଲା। ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାକୁ ଆଉ ପୁଲିସ ପାଇପାରିନଥିଲା। ତେବେ ଦୁଃଶାସନ ଏବେ ନାଥପୁର ଭୋଇ ସାହିରେ ଥିବା ଖବର ପାଇ ଆଜି ବ୍ରହ୍ମଗିରି ଥାନା ଆଇଆଇସି ଶ୍ରୀ ଶତପଥୀ ସଦଳବଳେ ସେଠାରେ ଚଢ଼ଉ କରିଥିଲେ। ଏହି ସମୟରେ ପୁଲିସ ଦୁଃଶାସନକୁ ଧରିଆଣିଛି। ଆସନ୍ତା କାଲି ତାକୁ କୋର୍ଟରେ ହାଜର କରାଯିବ ବୋଲି ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe