ମହାକାଳପଡ଼ା ହତ୍ୟାକାଣ୍ଡ, କାହ୍ନାର ପ୍ରେମ ସମ୍ପର୍କରୁ ଗୁଳିମାଡ଼!

Advertisment

କଟକରୁ କଲିକତା ଲମ୍ବିଛି ଦୁର୍ବୃତ୍ତଙ୍କ କାରନାମା

କଟକରୁ କଲିକତା ଲମ୍ବିଛି ଦୁର୍ବୃତ୍ତଙ୍କ କାରନାମା

ଯୁବକଙ୍କୁ ଅପହରଣ ପରେ ହତ୍ୟା

The Hans India

ମହାକାଳପଡା: ମହାକାଳପଡା ବ୍ଲକ ଅଳାଇଲୋ ପଂଚାୟତ ବବକରପୁର ଗ୍ରାମରେ ଘଟିଥିବା ଗୁଳିକାଣ୍ତ ଘଟଣାକୁ ଦୁଇ ଦିନ ବିତି ଯାଇଥିବା ବେଳେ ସବୁ କିଛି ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଏହି ଘଟଣାରେ ଜଣଙ୍କର ଜୀବନ ଯାଇଛି ଏବଂ ଦୁଇ ଜଣ ଆହତ ହୋଇଛନ୍ତି। ପୁଲିସ ଦୁଇ ଜଣଙ୍କୁ ଧରି ଏବେ ଜେରା କରୁଛି। ଗୁଳିକାଣ୍ତ ଘଟାଇଥିବା ଯାଜପୁର ବିଂଝାରପୁର ଅଞ୍ଚଳର ଅଭିଯୁକ୍ତ ସୋନୁ ପଣ୍ତାର ପ୍ରେମିକା ବୋଲି କୁହାଯାଉଥିବା ଜଣେ ଯୁବତୀ ସହିତ କାହ୍ନା ସମ୍ପର୍କ ରଖିବା କାରଣରୁ ଏଭଳି ଗୁଳିକାଣ୍ଡ ଘଟିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏହି ଗୁଳିକାଣ୍ତରେ ଅରବିନ୍ଦ ମିଶ୍ରଙ୍କର ମୃତ୍ୟୁ ଘଟିଛି। ତାଙ୍କ ପୁଅ ଶୁଭକେଶ ମିଶ୍ର ଓରଫ କାହ୍ନା ଏକ ଘରୋଇ କୋଚିଂ ସେଣ୍ଟରରେ ପାଠ ପଢାଉଥିବା ସମୟରେ ଜଣେ ଯୁବତୀଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଉକ୍ତ ଯୁବତୀ ଜଣକ ବୃତ୍ତିରେ ଅଧ୍ୟାପିକା ହୋଇଥିବାରୁ ଉଭୟଙ୍କ ସମ୍ପର୍କ ସମୟ କ୍ରମେ ପ୍ରେମ ସମ୍ପର୍କରେ ବଦଳି ଯାଇଥିଲା ବୋଲି କୁହାଯାଉଛି। ଏଭଳି ପ୍ରେମ ସମ୍ପର୍କ ସତ୍ବେ କାହ୍ନା ଗତ ୩ ବର୍ଷ ତଳେ ତାଙ୍କୁ ବିବାହ ନକରି ଅନ୍ୟତ୍ର ବିବାହ କରିଥିଲେ। ତେବେ ଯୁବତୀ ଜଣକ କାହ୍ନାଙ୍କ ବିବାହ ସମ୍ପର୍କରେ ଜାଣି ନପାରି ତାଙ୍କୁ ପୂର୍ବ ଭଳି ବିଶ୍ବାସକୁ ନେଇ ସମ୍ପର୍କ ଅତୁଟ ରଖିଥିଲେ ବୋଲି କୁହାଯାଉଛି। ଗୁଳିକାଣ୍ତ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୋନୁ ପଣ୍ତାଙ୍କ ସହିତ ସଂପୃକ୍ତ ଯୁବତୀଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା।

ସୋନୁ ଏକ ଅପରାଧିକ ମାମଲାରେ କଲିକତାର ବର୍ଦ୍ଧମାନ ଜେଲରେ ୩ ବର୍ଷରୁ ଅଧିକ ଦିନ ସଜ୍ଜା କାଟିବା ପରେ ଗତ ୩ ମାସ ତଳେ ଫେରିଥିଲା। ଜେଲରୁ ଫେରିବା ପରେ ସେ ତାର ପ୍ରେମିକା ସହିତ କାହ୍ନାଙ୍କ ସମ୍ପର୍କ ଥିବା ଜାଣି ପାରିଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସୋନୁ ଗଲା ଫେବ୍ରୁଆରି ମାସରେ କାହ୍ନାକୁ ଟେଲିଫୋନରେ ଗୁଳି ଫୁଟାଇ ଅକର୍ମଣ୍ୟ କରିଦେବ ବୋଲି ଧମକ ଦେଇଥିଲା। ଏ ସଂପର୍କରେ କାହ୍ନା ମହାକାଳପଡା ଥାନାରେ ଅଭିଯୋଗ ଦେବା ସହିତ ଭଏସ ରେକର୍ଡିଂ ମଧ୍ୟ ଶୁଣାଇଥିଲେ ବୋଲି ଏବେ କହିଛନ୍ତି। କିନ୍ତୁ ଗତ ୫ ତାରିଖ ଦିନ ସୋନୁ ପଣ୍ତା ତା’ର ଅନ୍ୟ ଜଣେ ସହଯୋଗୀ ଖୋର୍ଦ୍ଧାର କାଳିଆ ସିଂକୁ ଧରି କାହ୍ନାଙ୍କ ଘର ନିକଟରେ ଗୁଳିକାଣ୍ତ ଘଟାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ଗ୍ରାମବାସୀ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଉଭୟ ଅଭିଯୁକ୍ତ ପେସାଦାର ଅପରାଧୀ ବୋଲି ଜଣାପଡିଛି। ସୋନୁ ପଣ୍ତା ନାମରେ କଟକ ସଦର, ଚୈାଦ୍ବାର, ଟାଙ୍ଗୀ, ବ୍ରହ୍ମପୁର ଆଦି ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ କଲିକତାରେ ମଧ୍ୟ ମାମଲା ରହିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ଅଭିଯୁକ୍ତ ସୋନୁ ପଣ୍ତାକୁ ଥାନାକୁ ଆଣି ଜେରା କରିଛି। ସୋନୁର ସୂଚନା ଆଧାରରେ ପୁଲିସର ୪ଟି ସ୍ବତନ୍ତ୍ର ଟିମ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛି। ଗୁଳିକାଣ୍ତ ଘଟଣାକୁ ନେଇ ଅଭିଯୁକ୍ତ ସୋନୁ କହିଛି ଯେ ସଂପୃକ୍ତ ଯୁବତୀଙ୍କ ବାପା ତାକୁ ଏପରି କାଣ୍ତ ଘଟାଇବାକୁ ସୁପାରି ଦେଇଥିଲେ। କିନ୍ତୁ ଏହା ବାସ୍ତବରେ କେତେଦୂର ଠିକ ସେ ନେଇ କୌଣସି ପ୍ରମାଣ ପୁଲିସକୁ ମିଳି ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe