ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକଙ୍କୁ ହତ୍ୟା

ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକଙ୍କୁ ହତ୍ୟା

ଝାରସୁଗୁଡା,: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାଏକ(୮୩)ଙ୍କୁ କେହି ଆତତାୟୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାଯାଇଛି।

ଆଜି ଦିନ ପ୍ରାୟ ୨ ଟା ସମୟରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ। କୌଣସି କାରଣକୁ ନେଇ ବଚସା ଲାଗିବା ପରେ ଜଣେ ଯୁବକ ଏକ ଟାଙ୍ଗିଆରେ ଡ. ଧ୍ରୁବରାଜ ନାଏକଙ୍କ ତଣ୍ଟିକୁ ଏକ ଚୋଟ ପକାଇ ଥିଲା। ଏହାପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ତୁରନ୍ତ ଲଇକେରା ମୁଦ୍ରାଜୋର ଠାରେ ଥିବା ସିଏଚ୍ସିକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ଝାରସୁଗୁଡ଼ା ସ୍ଥିତ ସମଲେଶ୍ବରୀ ହସପିଟାଲକୁ ଅଣା ଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ହତ୍ୟାକାରୀ ଯୁବକଙ୍କୁ ଜଙ୍ଗଲ ଭିତରୁ ଧରିଥିବା କୁହାଯାଉଛି। ଡ. ନାଏକ ୧୯୯୮ ରୁ ୨୦୦୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ କୁଳପତି ଦାୟିତ୍ବ ନିର୍ବାହ କରି ଅବସର ଗ୍ରହଣ କରିଥିଲେ। ୨୦୦୧ରୁ ସେ ପରିବଶେ ଉପରେ ଅନେକ କାର୍ଯ୍ୟ କରି ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe