ଜଗତସିଂହପୁରରେ ଚାଞ୍ଚଲ୍ୟ, ବ୍ରାଉନ୍‌ସୁଗାର କାରବାରରୁ ନୃଶଂସ ହତ୍ୟା

Advertisment
କଙ୍କଡ଼ାହାଡ଼ରେ ୱାର୍ଡସଭ୍ୟା ସ୍ୱାମୀଙ୍କୁ ହତ୍ୟା

DNA India

ଜଗତସିଂହପୁର ଟାଉନ୍: ଜଗତସିଂହପୁରରେ ବ୍ରାଉନ୍‌ସୁଗାର କାରବାରରୁ ବଡ଼ବାଗ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ପୁଅ ରାମଚନ୍ଦ୍ର(୩୩)ଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଗାଁ ପାର୍ଶ୍ବ ମାଛଗାଁ କେନାଲରୁ ରାମଚନ୍ଦ୍ରଙ୍କ କବନ୍ଧ ମିଳିଥିବା ବେଳେ ନିକଟସ୍ଥ ହାଟବଜାରରୁ ମିଳିଛି କଟା ହାତ। କେନାଲରୁ ରାମଚନ୍ଦ୍ର ବ୍ୟବହାର କରୁଥିବା ବାଇକ୍‌କୁ ମଧ୍ୟ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ମୁଣ୍ଡ ଓ ଗୋଡ଼ ମିଳିପାରିନାହିଁ। ଏହି ଘଟଣା ଆଜି ସାରା ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ନିଶା ବେପାରର ସହଯୋଗୀ ବଡ଼ବାଗର କେଶବ ବେହେରା(୪୬), ପ୍ରଶାନ୍ତ କୁମାର ବେହେରା ଓରଫ ପର୍ଶୁଆ(୨୮) ଏବଂ ରୀନା ବେହେରା(୩୩)କୁ ପୋଲିସ ଗିରଫ କରିଛି।

ଆଜି ସକାଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅଭିଯୁକ୍ତ ମାଛଗାଁ କେନାଲ ନିକଟକୁ ଆସି କେଉଁ ସ୍ଥାନରେ ମୃତ ଦେହକୁ ଫିଙ୍ଗିଥିଲା ତାର ଡେମୋ ଦେଖାଇଥିଲେ। କେନାଲରୁ ଗଳିତ କବନ୍ଧ ମିଳିଥିଲା। ପୁଲିସ ସାଇଣ୍ଟିଫିକ୍ ଟିମ୍, ମାଜିଷ୍ଟ୍ରେଟ୍, ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂହ, ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ସାହୁଙ୍କ ଉପସ୍ଥିତିରେ ମୃତ ଦେହକୁ ପଚଂନାମା କରାଯାଇଥିଲା। ଏହାପରେ ବ୍ୟବଚ୍ଛେଦ ପାଇଁ କଟକ ଏଫ୍ଏମ୍‌ଟିକୁ ପଠା ଯାଇଛି। ପୁଲିସ୍‌ ସୂତ୍ରରୁ ପ୍ରକାଶ ମୃତ ରାମଚନ୍ଦ୍ର ବୟସରେ ସାନ ହୋଇଥିଲେ ହେଁ କେଶବ, ପ୍ରଶାନ୍ତଙ୍କ ସହିତ ଏକାଠି ହେଉଥିଲେ। ବିଶେଷ କରି ସେମାନେ ଚୋରା ମଦ, ଗଞ୍ଜେଇ ଓ ବ୍ରାଉନ୍‌ସୁଗାର ବେପାର କରୁଥିବା ତଦନ୍ତ ବେଳେ ସ୍ପଷ୍ଟ ହୋଇଛି।

ରାମ ଅଧିକ ପରିମାଣର ବ୍ରାଉନ୍‌ସୁଗାର ବେପାର କରୁଥିଲା। କେଶବ ଓ ପ୍ରଶାନ୍ତ କମ୍ ଓଜନର ବ୍ରାଉନ୍‌ସୁଗାର ବେପାର କରୁଥିଲେ। ଗତ ଅଗଷ୍ଟ ମାସ ୨୭ ତାରିଖରେ ରାମ ଠାରୁ ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରି ତାକୁ ଜେଲ୍‌ ପଠାଇଥିଲା। ଏହି ସମୟରେ ଛୋଟ ପୁଡ଼ିଆ ବେପାର କରୁଥିବା କେଶବ ଓ ପର୍ଶୁଆ ଅଧିକ ଟଙ୍କାର ବ୍ରାଉନ୍ ସୁଗାର ବିକ୍ରି ଆରମ୍ଭ କରିଥିଲେ। ରାମଚନ୍ଦ୍ର ଜେଲ୍‌ରୁ ବାହାରିବା ପରେ ତିନି ଜଣଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। କେଶବ ୧୦ ହଜାର ଟଙ୍କାର ବ୍ରାଉନ୍‌ସୁଗାର ନେଇଥିଲେ ହେଁ ରାମକୁ ଟଙ୍କା ନଦେଇ ଖେଳିବାରୁ ଉଭୟଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା।

ଏପରିକି ପର୍ଶୁଆ ଓ କେଶବକୁ ବ୍ରାଉନ୍‌ସୁଗାର କାରବାର ବନ୍ଦ କରିବାକୁ ରାମ ତାଗିଦ୍‌ କରିଥିଲା। ତେଣୁ ବ୍ରାଉନ୍‌ସୁଗାର ବେପାର ରାସ୍ତାରେ କଣ୍ଟା ସାଜିଥିବା ରାମକୁ ବାଟରୁ ହଟାଇବା ପାଇଁ ଯୋଜନା କରିଥିଲେ କେଶବ ଓ ପର୍ଶୁଆ। ଗତ ରିବିବାର ଦିନ ଯୋଜନାବଦ୍ଧ ଭାବେ ରାମକୁ ଭୋଜି କରିବାକୁ ଡାକିଥିଲା କେଶବ। ସଂନ୍ଧ୍ୟାରେ ଘର କବାଟ ବନ୍ଦ କରି ପର୍ଶୁଆ, କେଶବ ଓ ରାମ ବ୍ରାଉନ୍‌ସୁଗାର ଟାଣିଥିଲେ। ଏହି ସମୟରେ କେଶବ ରାମର ମୁଣ୍ତକୁ ହଠାତ୍‌ ଆକ୍ରମଣ କରିଥିଲା। ପରେ କେଶବ, ପର୍ଶୁଆ ଓ କେଶବର ସ୍ତ୍ରୀ ରୀନା ବେହେରା ମିଶି ରାମକୁ ହତ୍ୟା କରିଥିଲେ।

ଘର ପଛ ପାଖରେ ଦୁଷ୍ମନ୍ତ ବେହେରା(ବାବି) ଚିକେନ୍ ରୋଷେଇ କରୁଥିବା ବେଳେ ଚିତ୍କାର ଶୁଣି ଘର ଭିତରକୁ ଆସିବାକୁ ଉଦ୍ୟମ କଲା ବେଳେ ରୀନା ତାଙ୍କୁ ଅଟକାଇ ଭିତରକୁ ଛାଡ଼ି ନଥିଲା। ଘର ଭିତର କିଛି ନାରକୀୟ କାଣ୍ଡର ସୁରାକ୍‌ ପାଇ ଭୟଭୀତ ବାବି ସେଠାରୁ ଚାଲି ଆସିଥିଲା। ପରେ ୩ ହେଁ ମିଶି ମୁଣ୍ତ, ଦୁଇ ଗୋଡ ଓ ହାତକୁ ଅଲଗା କରିଥିଲେ। ରାତି ୧୦ଟା ପରେ ପ୍ରବଳ ବର୍ଷା ଓ ଅନ୍ଧାର ଭିତରେ ପ୍ରଥମେ ମୁଣ୍ତକୁ ନେଇ ମାଛଗାଁ କେନାଲରେ ଫିଙ୍ଗିଥିଲେ। ପରେ ହାତ, ଗୋଡ ଓ ରକ୍ତ ଭିଜା କପଡ଼ାକୁ ଟାୱାର ନିକଟରେ ପକାଇଥିଲେ। ଶେଷରେ ରାମର ବାଇକ୍‌ରେ ଗଣ୍ତିକୁ ଏକ ଜରିଥଳିଆ ପୁରାଇ କିଛି ଦୂରରେ ନେଇ ଫିଙ୍ଗି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe