ଯୁବତୀଙ୍କୁ କମେଣ୍ଟ ମରାକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ଭାବେ ହତ୍ୟା

Advertisment
ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡ଼ା ଗ୍ରାମରେ ଆଜି ସନ୍ଧ୍ୟା ପ୍ରାୟ  ସାଢେ ୫ଟା ବେଳେ ଦୁଇ ପରିବାରର ବଚସାକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି।  ଗ୍ରାମର ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ତାଙ୍କର ଦୁଇ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଜଣକ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାଇ (୬୨) ବୋଲି ଜଣାଯାଇଛି।

ପୂର୍ଣ୍ଣଚନ୍ଦ୍ରଙ୍କ ବଡ଼ ପୁଅ ବାବୁ ବାଇଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢେ ପାଞ୍ଚ ଟା ବେଳେ ତାଙ୍କ ବାପା ଗାଁର ହାଇସ୍କୁଲ ଛକ ସାହିରେ ରହୁଥିବା ମଝିଆ ପୁଅ ମୋହନ ବାଇ (୩୪)ଙ୍କ ଘରକୁ କ୍ଷୀର ଆଣିବାକୁ ଯାଇଥିଲେ l ସେଇ ସାହିରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସିପୁନ ଭୋଇ (୨୦), ଟୁକୁନା ଭୋଇ (୧୮), ସିପୁନର ଭଣଜା ବିଦେଶୀ ଭୋଇ (୧୯), ସିପୁନର ଦାଦା ପବିତ୍ର ଭୋଇ ମିଳିତ ଭାବେ ଟାଙ୍ଗିଆ, କଟୁରି, ଠେଙ୍ଗା ଧରି  ଆକ୍ରମଣ କରିଥିଲେ l ସେମାନେ ମାରଣାସ୍ତ୍ରରେ ପୂର୍ଣ୍ଣଚନ୍ଦ୍ରଙ୍କ ବେକକୁ ହାଣିଥିବା ବେଳେ ମୋହନଙ୍କ ଡାହାଣ ହାତ କହୁଣୀକୁ ହାଣି ଦେଇଥିଲେ। ଏଥିସହ ବାବୁଙ୍କ ସାନ ଭାଇ  ଶାନ୍ତନୁ ଭୋଇ (୩୨)ଙ୍କୁ  ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି l ମୋହନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।  ଖବର ପାଇ ପର୍ଜଙ୍ଗ ପୁଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe