ସାଇକଲ ଫେରାଇଲେନି ବୋଲି ଯୁବକଙ୍କୁ ପିଟିପିଟି ମାରିଦେଲେ

Advertisment
ସାଇକଲ ଫେରାଇଲେନି ବୋଲି ଯୁବକଙ୍କୁ ପିଟିପିଟି ମାରିଦେଲେ

www.febbriperiodiche.it

ପାଟଣାଗଡ଼: ସାଇକଲ ନେଇ ନଫେରାଇବାରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଥାନା ଅନ୍ତର୍ଗତ ଦମକିପାଲି ଗ‌ାଁରେ ଟିକେଲାଲ ବାଗ (୩୨ବର୍ଷ) ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ପୁଲିସର ସୂଚନା ଅନୁସାରେ, ଟିକେଲାଲ କିଛିଦିନ ଆଗରୁ ସେହି ଗାଁର କୁନା ବେହେରାଙ୍କ ସାଇକଲ ନେଇ ଆଉ ଫେରାଇ ନଥିଲେ। କୁନା ଓ ଓମ୍‌ ବେହେରା ସାଇକଲ ମାଗିବା ପାଇଁ ଟିକେଲାଲଙ୍କ ପାଖକୁ ଯାଇଥିଲେ। ଟିକେଲାଲ ସାଇକଲ ଦେଇ ନପାରିବାରୁ ସେଠାରେ ପାଟିତୁଣ୍ଡ ଓ ପରେ ମାଡପିଟ୍ ହୋଇଥିଲା। ଏଥିରେ ଟିକେଲାଲ ଗୁରୁତର ହୋଇପଡ଼ିବାରୁ ଓମ୍ ଓ କୁନା ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଟିକେଲାଲଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଘସିଏନ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଫେରାର୍ ଅଭିଯୁକ୍ତ ଦ୍ବୟଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe