ଜମି ବିବାଦରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ମାଲପଡ଼ା ଗାଁରେ ଜମି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତକୁ ଗିରଫ କରି ପୁଲିସ ଅଧିକ ତଦନ୍ତ କରୁଛି। ପୁଲିସର ସୂଚନା ଅନୁସାରେ, ମାଲପଡ଼ା ଗାଁର ଟଙ୍କଧର ଦୀପ୍ (୪୦) ଓ ସୁଶୀଲ କୁଲଦୀପଙ୍କ ମଧ୍ୟରୁ ବହୁଦିନରୁ ଜମି ବିବାଦ ଲାଗି ରହିଥିଲା। ଶୁକ୍ରବାର ବିବାଦ ଉଗ୍ର ରୂପ ନେଇଥିଲା। ଏହି ସମୟରେ ଟଙ୍କଧର ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ସୁଶୀଲଙ୍କୁ ଆକ୍ରମଣ କରିଥିଲା।

ଫଳରେ ସୁଶୀଲ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ସୁଶୀଲଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକ୍ରମେ ସିନାପାଲି ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ଟଙ୍କଧର ଫେରାର୍ ହେବା ସମୟରେ ପୁଲିସ ତାକୁ କାବୁକରି ଗିରଫ କରିଛି। ଏନେଇ ଥାନା କେସ୍ ନମ୍ୱର ୨୬୨/୨୩ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ରଶ୍ମିତା ପ୍ରଧାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe