ବେକ କାଟି ଯୁବକଙ୍କୁ ହତ୍ୟା ସନ୍ଦେହ

Advertisment
ବେକ କାଟି ଯୁବକଙ୍କୁ ହତ୍ୟା ସନ୍ଦେହ

The Indian Express

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ଗ୍ରାମ ନିକଟରେ ଶୁକ୍ରବାର ଜଣେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ବନ୍ତଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଯେ ଧୋକୁଟା ଗ୍ରାମର ବନଦୁର୍ଗା ମନ୍ଦିର ଠାରୁ ପାଖାପାଖି ୨ଶହ ମିଟର ଦୂରରେ ଆଜି ମଧ୍ୟାହ୍ନରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ସ୍ଥାନୀୟ କେତେକ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଏହି ମୃତଦେହ ସମ୍ପର୍କରେ ବନ୍ତଳା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବନ୍ତଳା ଆଇଆଇସି ଗୀତାଞ୍ଜଳି ସାହୁଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବକର ପରିଚୟ ମିଳି ନଥିବା ପୁଲିସ ସୂତ୍ରରୁ ପ୍ରକାଶ। ତେବେ ପାରିପାର୍ଶ୍ଵିକସ୍ଥିତିରୁ ଜଣାପଡୁଛି ଯେ ଯୁବକଙ୍କୁ କୌଣସି ଲୋକ ସଂଘବଧ ହୋଇ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ବେକକୁ କଟି ଦେଇଥିଲେ। ଏଥିସହିତ ଯୁବକଙ୍କ ଛାତି ଓ ହାତରେ ବି ଗଭୀର କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ପୁଲିସ ଅଧିକ ତଦନ୍ତ କରିବାକୁ ଡଗ ସ୍କ୍ଵାର୍ଡର ଅପେକ୍ଷା କରିଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ଶରୀର ଟି ପଡି ରହିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe