Representational image: The Express Tribune
ବଲାଙ୍ଗୀର: ଜମିଜମା ବିବାଦରୁ ଘଟିଛି ହତ୍ୟାକାଣ୍ଡ। ସମ୍ପତ୍ତି ପାଇଁ ଶତ୍ରୁ ପାଲଟିଯାଇଛି ରକ୍ତ ସଂପର୍କର ପୁତୁରା। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ଥାନା ବେଲବାହାଲି ଗାଁରେ। ମଙ୍ଗଳବାର ରାତିରେ ଜମିବାଡ଼ି ବିବାଦରୁ କାକା ଅଶୋକ ବଗର୍ତ୍ତି ଏବଂ ପୁତୁରା ଗୋପୀ ବଗର୍ତ୍ତିଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ରାଗରେ ହିତାହିତ ଜ୍ଞାନ ଭୁଲି ପୁତୁରା ଗୋପୀ କାକା ଅଶୋକଙ୍କୁ ଟାଙ୍ଗିଆରେ ଚୋଟମାରି ରକ୍ତାକ୍ତ କରିଦେଲା। ଗୁରୁତର ଅବସ୍ଥାରେ ଅଶୋକଙ୍କୁ ପରିବାର ଲୋକେ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଅଶୋକଙ୍କର ମୃତ୍ୟୁ ହୋଇଛି। ଏନେଇ ମୃତ ଅଶୋକଙ୍କ ପରିବାର ଲୋକେ ଗୋପୀ ସହିତ ତିନିଜଣ ବ୍ୟକ୍ତିଙ୍କ ନାଁରେ ହତ୍ୟା ଅଭିଯୋଗ କରିଛନ୍ତି। ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ଅଧିକ ତଦନ୍ତ ଜାରି ରଖିଛି।
Follow Us