ଧାମନଗରରେ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା, ହତ୍ୟାକାରୀଙ୍କୁ ଧରିବା ଲାଗି ପୁଲିସର ଛାନ୍‌ଭିନ୍‌

Advertisment
ଧାମନଗରରେ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା, ହତ୍ୟାକାରୀଙ୍କୁ ଧରିବା ଲାଗି ପୁଲିସର ଛାନ୍‌ଭିନ୍‌

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦକ୍ଷିଣବାଡ଼ ଗାଁରେ ଆଜି ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗାଁ ଦାଣ୍ଡରେ ବହୁ ଲୋକ ଥିଲେ ମଧ୍ୟ ହତ୍ୟାକାରୀଙ୍କୁ କେହି ଅଟକାଇପାରି ନାହାନ୍ତି। ମୃତକ ହେଲେ ସତ୍ୟଜିତ ପଣ୍ଡା (୨୨)। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସତ୍ୟଜିତଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଘଟଣାସ୍ଥଳରୁ ସତ୍ୟଜିତଙ୍କୁ ମୁମୁର୍ଷୁ ଅବସ୍ଥାରେ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନାରେ ସତ୍ୟଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

publive-image

ସତ୍ୟଜିତଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଧାମନଗରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାର ଗୁରୁତ୍ୱ ଉପଲବ୍ଧି କରି ଭଦ୍ରକ ଏସଡିପିଓ ସାର୍ଥକ ରାୟ ଧାମାନଗର ଥାନାରେ ପହଂଚିଛନ୍ତି। ଏହି ଘଟଣା କେମିତି ଘଟିଲା, କିଭଳି ହେଲା, ସେ ସଂପର୍କରେ ଶ୍ରୀ ରାୟ ତଦନ୍ତ ଆରମ୍ଭ କରିଛନ୍ତି।

publive-image

ସୂଚନାଯୋଗ୍ୟ, ସତ୍ୟଜିତ ୧୫ ଦିନ ତଳେ ବିବାହ କରିଥିଲେ। ସତ୍ୟଜିତଙ୍କ ବାପାଙ୍କ ପୂର୍ବରୁ ପରଲୋକ ହୋଇଯାଇଛି। ଏବେ ନବବିବାହିତା ପତ୍ନୀ ସ୍ୱାମୀଙ୍କ ଅନୁପସ୍ଥିତିରେ କେମିତି ଚଳିବେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷେ ପୁଲିସ ଅପରାଧୀକୁ ଖୋଜିବା ପାଇଁ ଛାନ୍‌ଭିନ ଆରମ୍ଭ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe