ଗଞ୍ଜାମ: କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା, ଥାନାରେ ହତ୍ୟାକାରୀର ଆତ୍ମସର୍ମପଣ

Advertisment
ଗଞ୍ଜାମ: କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା, ଥାନାରେ ହତ୍ୟାକାରୀର ଆତ୍ମସର୍ମପଣ

oneindia.com

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ ପ୍ରତାପୁର ଅଞ୍ଚଳରେ ରବିବାର ଲୋମଟାଙ୍କୁରା ଘଟଣା ଘଟିଛି। କମେଣ୍ଟମରା ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପ୍ରତାପୁର-ଗୋଠିଆଳି ଛକ ରକ୍ତରଂଜିତ ହୋଇଛି। ଗୋଠିଆଳି ଗ୍ରାମର ଏମ୍‌.ଶିବ ଦୋରା (୧୯) ନାମକ ଜଣେ ଯୁବକଙ୍କୁ ସେହି ଗ୍ରାମର ଏମ୍‌.ଜିତୁ ରେଡ୍ଡି କାତିରେ ହାଣି ହତ୍ୟା କରିଛି। ଏହି ଜଘନ୍ୟକାଣ୍ଡ ଭିଆଇବା ପରେ ଜିତୁ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୪ବର୍ଷ ହେଲା ଗୋଠିଆଳି ଗ୍ରାମର ଶିବ ଓ ଜିତୁଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଜିତୁଙ୍କ ପତ୍ନୀ, ମା’ ଓ ଦୁଇ ଭଉଣୀଙ୍କୁ ଶିବ କମେଣ୍ଟ ମାରି ସବୁବେଳେ ହଇରାଣ କରି ଆସୁଥିଲା। ଗତ ଗୁରୁବାର ପୁରୁଷୋତ୍ତମପୁର ପଞ୍ଚ ଠାକୁରାଣୀ ଯାତ୍ରା ଉଦ୍ୟାପନୀ ଦିବସରେ ଆଛୁଲି ଛକରେ ଜିତୁକୁ ଶିବ ଆକ୍ରମଣ କରିଥିଲେ।

ଏଥିରେ ଜିତୁ ପ୍ରତିଶୋଧରାୟଣ ହୋଇ ଉଠିଥିଲା। ଶିବଙ୍କୁ ହତ୍ୟା କରିବାକୁ ସୁଯୋଗ ଖୋଜୁଥିଲା। ଆଜି ଅପରାହ୍ନ ୪ଟାରେ ପ୍ରତାପୁର-ଗୋଠିଆଳି ଛକ ଏକ ପାନ ଦୋକାନରେ ଶିବ ଏକାଠି ବସିଥିବା ଦେଖି ଜିତୁ ଆଉ ସୁଯୋଗକୁ ହାତଛଡା କରିବାକୁ ଚାହିଁ ନ ଥିଲାଯ କଥାବାର୍ତ୍ତା ହେବାର ଆଳ ଦେଖାଇ ସେ ଶିବଙ୍କ ପାଖକୁ ଯାଇଥିଲା। ପୂର୍ବରୁ ଲୁଚାଇ ରଖିଥିବା ଧାରୁଆ କାତିରେ ଶିବଙ୍କୁ ସେ ଅଚାନକ୍‌ ଆକ୍ରମଣ କରିଥିଲା। ରକ୍ତମୁଖା ପାଲଟିଥିବା ଜିତୁ ଶିବଙ୍କ ମୁଣ୍ଡ, ଛାତି ଓ ହାତକୁ ୩ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଆଉ ଅଭିଯୁକ୍ତ ଜିତୁ ସଂଗେ ସଂଗେ ପୁରୁଷୋତ୍ତମପୁର ଥାନାରେ ଆତ୍ମସମର୍ପଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe