ଘରୁ ଡାକି ପିଟି ପିଟି ମାରି ଦେଲେ

ଯୁବକଙ୍କ ରହସ୍ୟଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲା ପରିବାର

Image Courtesy of NDTV

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ କାଳିମେଘି ପଞ୍ଚାୟତ ନିତ୍ୟାନନ୍ଦପଲ୍ଲୀକଲୋନି ଗ୍ରାମର ଜଣେ ଯୁବକଙ୍କୁ ଘରୁ ଡାକି ପିଟି ପିଟି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ, ପାଣ ନାୟକଙ୍କ ପୁଅ ଟୁଟୁ ନାୟକ (୪୨)। ଆଜି ସକାଳ ୧୦ଟାରେ ଟୁଟୁଙ୍କୁ ୮ରୁ ୧୦ ଜଣ ଯୁବକ ମିଶି ବିଚ୍ ରାସ୍ତାରେ ସଂଘବଦ୍ଧ ଭାବେ ଆକ୍ରମଣ କରି ମାରିଦେଇଥିବା ତାଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଥାନାରେ ଏଯାବତ୍ ଏତଲା ଦିଆଯାଇ ନଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି। ବିଭିନ୍ନ ମାରଣାସ୍ତ୍ରରେ ଟୁଟୁଙ୍କୁ ଆକ୍ରମଣ କରାଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ନା, ଅନ୍ୟ କୌଣସି କାରଣ ରହିଛି ଏନେଇ କିଛି ସ୍ପଷ୍ଟ ହୋଇପାରିନି।

ମିଳିଥିବା ସୂଚନାନୁସାରେ, ଟୁଟୁ ଜଣେ ମିସ୍ତ୍ରି ଭାବେ କାମ କରୁଛନ୍ତି। ପରିବାର କହିଲେ, ପତ୍ନୀ ରାଜଶ୍ରୀ ଓ ୪ ସନ୍ତାନ। ଗତକାଲି ରାତିରେ ଟୁଟୁଙ୍କ ଘରକୁ ଆର୍‌.ଲଛିପୁର ଗ୍ରାମର ଜଣେ ଯୁବକ ଓ ତା’ର ୮ରୁ ୧୦ ଜଣ ସାଙ୍ଗ ଆସିଥିଲେ। ଟୁଟୁଙ୍କୁ ଧମକଚମକ ଦେବା ସହ ପତ୍ନୀ ରାଜଶ୍ରୀଙ୍କୁ ମାଡ଼ ମାରିଥିଲେ। ପୁଣି ଆଜି ସକାଳେ ପହଞ୍ଚି ଟୁଟୁଙ୍କୁ ଡାକି ନେଇ ଗ୍ରାମ ରାସ୍ତାରେ ପିଟି ପିଟି ହତ୍ୟା କରିଥିଲେ। କୁକୁଡ଼ା ଫାର୍ମ ନିକଟ ରାସ୍ତାରୁ ଟୁଟୁଙ୍କ କ୍ଷତାକ୍ତ ଶବ ମିଳିଥିଲା। କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି ସଦଳବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟୁଟୁଙ୍କ ଶବକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe