ଜଗତସିଂହପୁର: ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା

Advertisment
ଜଗତସିଂହପୁର:  ଥଟ୍ଟାମଜାରୁ ଯୁବକଙ୍କୁ ହତ୍ୟା

ପାରାଦୀପ: ଆଜି ସକାଳେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମରୁଣିଆ ଗାଁରେ ସାମାନ୍ୟ ଥଟ୍ଟା ମଜାରୁ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ହତ୍ୟା କରିଛନ୍ତି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲିକୁଦା ଥାନା ରାହାଣ ପଞ୍ଚାୟତର ମରୁଣିଆ ଗ୍ରାମର ବିବେକ ରାଉତ(୩୩ ବର୍ଷ) ଓ ଗଜେନ୍ଦ୍ର ଖଟୁଆ ସମ୍ପର୍କରେ ଅଜା ନାତି। ପ୍ରତିଦିନ ପରି ଆଜି କାଳେ ମଧ୍ୟ ଅଜା ନାତିଙ୍କ ମଧ୍ୟରେ ଥଟ୍ଟା ମଜା ଚାଲିଥିଲା। ମାତ୍ର ଏ ପ୍ରକାର ଥଟ୍ଟା ମଜାକୁ ଗ୍ରହଣ କରି ପାରି ନ ଥିଲେ ଗଜେନ୍ଦ୍ରଙ୍କ ପୁଅ ଚାରୁ ଖଟୁଆ(୨୪ ବର୍ଷ)। ସେ ତା ବାପାଙ୍କ ସହିତ କୌଣସି ଥଟ୍ଟା ମଜା ନ କରିବାକୁ ବିବେକକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଚାରୁ ଏକ ଛୁରିରେ ବିବେକର ପେଟକୁ ଭୁସି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିକୁଦା ଓ ପରେ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ବିବେକଙ୍କର ମୃତ୍ୟୁ ଘଟିଛି। ପୁଲିସ ଅଭିଯୁକ୍ତ ଚାରୁ ଖଟୁଆଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe