ପୂର୍ବ ଶତ୍ରୁତା ସନ୍ଦେହ! ହତ୍ୟା ପରେ ଅଭିଯୁକ୍ତର ଆତ୍ମସମର୍ପଣ

Advertisment
ସର୍ପାଘାତରେ ନାବାଳିକା ମୃତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ବ୍ରାହ୍ମଣଡିହା ଗ୍ରାମର ମାଙ୍ଗୁବୁରା ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଯାଇଛି ଏକ ହତ୍ୟାକାଣ୍ଡ । ହତ୍ୟା କରିବା ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ସାଲୁକା ମୁଣ୍ଡା ସୋମବାର ରାତ୍ରି ପ୍ରାୟ ୮ ଘଟିକା ସମୟରେ ତାଙ୍କ ଗ୍ରାମରୁ ପ୍ରାୟ ୪ କିମି ଦୂର କୁଟୁଗାଁ ଗ୍ରାମର ଜାମୁପଡ଼ାସାହିର ମଙ୍ଗଲ ମୁଣ୍ଡା (୪୯)ଙ୍କୁ ଘରୁ ଡାକି ଆଣି ନିଜ ଗ୍ରାମ ବ୍ରାହ୍ମଣଡିହା ଗ୍ରାମର ନିଜ ଘର ସାମ୍ନାରେ ହତ୍ୟା କରିଥିଲେ। ଆଜି ସକାଳେ ସାଲୁକା ମୁଣ୍ଡା ଥାନାରେ ଆତ୍ମସମର୍ପଣ କରି ହତ୍ୟାକାଣ୍ଡ ନେଇ ପୁଲିସକୁ ଜଣେଇବା ପରେ ପୁଲିସ ମୃତଦେହକୁ ଜବତ କରି ଏହାର ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe