କଳାହାଣ୍ଡି: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଦାଦାର କୁରାଢ଼ୀ ଚୋଟରେ ପୁତୁରା ମୃତ

କଳାହାଣ୍ଡି: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଦାଦାର କୁରାଢ଼ୀ ଚୋଟରେ ପୁତୁରା ମୃତ

ଭବାନୀପାଟଣା: ଜମିବାଡ଼ିକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ଥାନା ସାପମୁଣ୍ଡି ଗାଁରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଣା ଘଟିଛି। କାକାର କୁରାଢ଼ୀ ଚୋଟରେ ପୁତୁରାର ମୃତ୍ୟୁ ହୋଇଥିବା ବେଳେ ବଡ ଭାଇ ଗୁରୁତର ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି।

ରିପୋର୍ଟ ଅନୁସାରେ ଜମିବାଡ଼ିକୁ କେନ୍ଦ୍ରକରି ମୃତ ସମ୍ବାରୁ ମାଝୀ ଓ ଫଗୁନୁ ମାଝୀଙ୍କ  ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା। ଗଣ୍ଡଗୋଳ ଆଜି ଭୟଙ୍କର ରୂପ ନେଇଥିଲା। ଫଗୁନୁ ମାଝୀ ଉତ୍ତେଜିତ ହୋଇ ପୁତୁରା ସମ୍ବାରୁ ଓ ବଡ଼ଭାଇ ବାରୁ ମାଝୀଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲା।  ଘଟଣାସ୍ଥଳରେ ସମ୍ବାରୁଙ୍କର ମୃତ୍ୟୁ ଘଟିଥିବା ବେଳେ ବାରୁ ମାଝୀ ଗୁରୁତର ହୋଇଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିବା ବେଳେ ଆହତଙ୍କର ଚିକିତ୍ସା ପାଇଁ ଭବାନୀପାଟଣାସ୍ଥିତ ହସ୍‌ପିଟାଲକୁ ସ୍ଥାନାନ୍ତର କରିଛି। ଅଭିଯୁକ୍ତ କାକା ଫଗୁନୁ ମାଝୀକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe