(Photo Credits: Stux/Pixabay)
କେନ୍ଦୁଝର: ବାଂଶପାଳ ବ୍ଲକର ନୟାକୋଟ ଥାନା ଅନ୍ତର୍ଗତ ଶୁକଡୋଳା ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଜଣେ ଯୁବକଙ୍କର ମୁଣ୍ଡ ଗଣ୍ଡି ଅଲଗା କରିଛନ୍ତି। ଶେଷରେ ମୁଣ୍ଡକୁ ଗଛରେ ଟାଙ୍ଗିଦେଇଛନ୍ତି। ଏଭଳି ଲୋମ ହର୍ଷଣକାରୀ ହତ୍ୟାକାଣ୍ଡକୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଛି।
ପୁଲିସର ସୂଚନା ଅନୁସାରେ, ଗତ ଶୁକ୍ରବାର ଶୁକଡୋଳା ଗ୍ରାମର ରବି ପ୍ରଧାନଙ୍କ ସହିତ ପୁଅ ଭଦ୍ର ପ୍ରଧାନ(୨୩) ଗ୍ରାମର ଠାକୁର ସାହିକୁ ଭୋଜି ଖାଇବା ପାଇଁ ଯାଇଥିଲେ।। ଭୋଜି ଖାଇସାରିବା ପରେ ରାତି ୧୧ଟା ପର୍ଯ୍ୟନ୍ତ ଗ୍ରାମରେ ରଜ ଦୋଳି ଗୀତ ଗାଇ ଗ୍ରାମବାସୀଙ୍କ ସହିତ ନାଚି ଥିଲେ। ଠିକ ରାତି ୧୧ଟା ପର୍ଯ୍ୟନ୍ତ ନାଚି ବାପା ରବି ପ୍ରଧାନ ଘରକୁ ପଳେଇ ଆସିଥିଲେ। ପୁଅ ଭଦ୍ର ପ୍ରଧାନ ନିଜ ସାଙ୍ଗମାନଙ୍କ ସହିତ ରାତି ସାରା ନାଚିବ ଭାବି ବାପା ଆଉ ଭଦ୍ରକୁ ଖୋଜି ନ ଥିଲେ। ବିଳମ୍ବିତ ରାତିରେ ପୁଅ ନଆସିବାରୁ ପରଦିନ ଅର୍ଥାତ ଶନିବାର ତାଙ୍କୁ ଖୋଜା ଖୋଜି ପରେ ମଧ୍ୟ ପାଇନଥିଲେ କିନ୍ତୁ ଆଜି ସକାଳୁ ଗ୍ରାମବାସୀ ନିକଟସ୍ଥ ଖୋଲାପଡିଆରୁ ତାଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ।
ଏହାପରେ ପରିବାର ଲୋକ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ସଦର ଏସଡିପିଓ ପ୍ରକାଶ ଟପୋ, ନୟାକୋଟ ଥାନା ଅଧିକାରୀ କୈଳାସ ଚନ୍ଦ୍ର ବେହେରା, ସବଇନ୍ସପେକ୍ଟର ଦୁଃଶାସନ ସାହୁ, ପୁଲିସ ଟିମ, ସାଇନ୍ଟିଫିକ ଟିମ ପହଚିଂ ଏକ ଖୋଲା ପଡିଆରୁ ଗଣ୍ଡିଟିକୁ ଓ ତା ଠାରୁ ୨୦୦ ମିଟର ଦୁର ଏକ ଜଗଂଲ ନିକଟରେ ଥିବା ଶାଳ ଗଛରୁ ମୁଣ୍ଡ ଟି ଗାମୁଛାରେ ବନ୍ଧା ହୋଇ ଟଙ୍ଗା ହୋଇଥିବା ଅବସ୍ଥା ରେ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି।
Follow Us