ବୋରିଗୁମ୍ମାରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ

Advertisment

ପାଞ୍ଚ ଦିନ ମଧ୍ୟରେ ବୋରିଗୁମ୍ମା ଅଂଚଳରେ ଦ୍ଵିତୀୟ ହତ୍ୟାକାଣ୍ଡ

ପାଞ୍ଚ ଦିନ ମଧ୍ୟରେ ବୋରିଗୁମ୍ମା ଅଂଚଳରେ ଦ୍ଵିତୀୟ ହତ୍ୟାକାଣ୍ଡ

ବୋରିଗୁମ୍ମାରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତ୍ରଲା ନିକଟ ଏକ ଧାନ ଵିଲରୁ ମୃତଦେହ ଉଦ୍ଧାର ଘଟଣା ମାନସପଟରୁ ନ ଲିଭୁଣୁ ଆଜି ଆଉ ଏକ ହତ୍ୟାକାଣ୍ଡ ଘଟିଛି। ବୋରିଗୁମ୍ମା ଅଂଚଳର ବି ସିଂହପୁର ଅଧିନ ଭୂମିଆଗୁଡାରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଶନିବାର ବିଳମ୍ବିତ ରାତିରେ ଘଟିଯାଇଛି।।

ପୁଲିସର ସୂଚନା ଅନୁସାରେ ଭୂମିଆଗୁଡା ଗ୍ରାମରେ ଡମ୍ବୁରୁ ଭୁମିଆ(୨୭) ଶନିବାର ବିଳମ୍ବିତ ରାତିରେ ମଦ ପିଇ ଗାଁ ଦାଣ୍ଡରେ ପାଟି କରୁଥିଲା। ଭରତ ନାୟକ(୨୩) ଡମ୍ବୁରୁକୁ ମଦ ପିଇ କାହିଁକି ପାଟି କରୁଛୁ ବୋଲି ପଚାରିଥିଲା। ଏହିପରି ଭାବେ ଦୁଇ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ଡମ୍ବୁରୁ ନିକଟରେ ଥିବା ଏକ କାଠ ଫାଳିଆକୁ ଧରି ଭରତର ମୁଣ୍ଡକୁ ଆକ୍ରମଣ କରିଥିଲା। ଆକ୍ରମଣ କରିବା ପରେ ଭରତ ର ପରିବାର ଲୋକେ ଭରତକୁ ଘରକୁ ନେଇ ପାଣି ପିଆଇଥିଲେ। ସେଠାରେ ହିଁ ଭରତ ର ମୃତ୍ୟୁ ହୋଇଥିଲା।

ଭରତର ବାପା ସକାଳୁ ବି ସିଂହପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ଭୂମିଆଗୁଡା ପହଞ୍ଚି ପ୍ରଥମେ ଅଭିଯୁକ୍ତ ଡମ୍ବୁରୁ କୁଦୌଡ଼ି ପଳେଇ ଯିବାକୁ ଚେଷ୍ଟା କରୁଥିବା ବେଳେ କାବୁ କରିଥିଲା। ପରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ଫରେନସିକ ଟିମ ପହଞ୍ଚି ତନ୍ନ ତନ୍ନ ଯାଞ୍ଚ କରି କାଠ ଫାଳିଆକୁ ଜବତ କରିଥିଲେ।

ତେବେ ଅଭିଯୁକ୍ତ ଡମ୍ବୁରୁ ମଦ ପିଇ ବେଳେ ବେଳେ ଗାଁ ଦାଣ୍ଡରେ ପାଟିତୁଣ୍ଡ କରୁଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ପୁଲିସ ଥାନାରେ ଏକ ମାମଲା କେସ ନମ୍ବର ୧୮ / ୨୦୨୧ ଦଫା ,୩୦୨ ରୁଜୁ କରିଛନ୍ତି। ତଦନ୍ତକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଦାମୋଦର ବିହାରୀ ଅଧିକ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପ୍ରକାଶ ଥାଉକି ଭରତ ନାୟକ ଗାଁରେ ଜଳଖିଆ ଦୋକାନ କରି ପରିବାରକୁ ଆର୍ଥିକ ସହଯୋଗ କରିଆସୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe