ମାଲକାନଗିିରି: ମୋଟୁରେ ୱାର୍ଡମେମ୍ବରଙ୍କୁ ବୀଭତ୍ସ ହତ୍ୟା

Advertisment
ମାଇକେଲ୍‌ ବିୟର୍‌ ଫ୍ୟାକ୍ଟ୍ରି କୁଲିଂ ଟାୱାରରୁ ପଡ଼ି ଇଲେକ୍ଟ୍ରିସିଆନ୍‌ ମୃତ

Telegraph India

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୋଟୁ ଥାନା ଅଞ୍ଚଳର ଜଣେ ଵାର୍ଡମେମ୍ବରକୁ ବୀଭତ୍ସ ହତ୍ୟା କରାଯାଇଛି। ୱାର୍ଡମେମ୍ବର ଜଣକ ହେଲେ ଘର୍ଷାପାଲୀ ଗ୍ରାମର ବାଡଛି ଚିନ୍ନା। ଗତକାଲି ରାତିରେ ଶୋଇଥିବା ସମୟରେ ତାଙ୍କୁ କେହି ହତ୍ୟା କରିଥିବା ନେଇ ତାଙ୍କୁ ପତ୍ନୀ ବୁଚି ବାଡଛି ଅଭିଯୋଗ କରିଛନ୍ତି। ବାଡଛି ଚିନ୍ନା ଗତ ୧୦ ବର୍ଷ ହେବ ୱାର୍ଡମେମ୍ବର ରହିଆସୁଥିବା ବେଳେ ଗାଁର ମୁଖିଆ ମଧ୍ୟ ଥିଲେ। ସେ ନିଜର ଲାଡିରେ ଶୋଇଥିବା ବେଳେ କେହି ଧାରୁଆ ଆସ୍ତ୍ରରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏଭଳି ହତ୍ୟା ଦେଖି ଗ୍ରାମବାସୀ ଭୟ ଓ ଆତଙ୍କରେ ରହିଛନ୍ତି।

ୱାର୍ଡମେମ୍ବର ବାଡଛି ଚିନ୍ନାକୁ କିଏ ହତ୍ୟା କରିଛି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବା ବେଳେ ମୋଟୁ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏହି ଅଞ୍ଚଳ ନକ୍ସଲ ପ୍ରବଣ ହୋଇଥିଲେ ମଧ୍ୟ ନକ୍ସଲଙ୍କର ଏଭଳି କାଣ୍ଡ ହୋଇନଥିବ ବୋଲି ଆଲୋଚନା ମଧ୍ୟ ହେଉଛି। କାରଣ ନକ୍ସଲ ହତ୍ୟା କରିବା ପରେ ଏକ ପୋଷ୍ଟର ଛାଡି ଯାଇଥାନ୍ତି। ତେବେ ଏଠାରେ କୌଣସି ପୋଷ୍ଟର ନଥିବା କୁହାଯାଇଛି। ତେବେ ପୁଲିସର ତଦନ୍ତ ପରେ ହିଁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe