ବାହାଘର ଭୋଜିରେ ହିଂସା, ଭୁଜାଲିରେ ହାଣି ଜଣକୁ ହତ୍ୟା ! 

Advertisment
ବାହାଘର ଭୋଜିରେ ହିଂସା, ଭୁଜାଲିରେ ହାଣି ଜଣକୁ ହତ୍ୟା ! 
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅନ୍ତର୍ଗତ ପୁଟକେଲଚୁଆଁ ଗ୍ରାମରେ ବାହାଘର ଭୋଜି ବେଳେ ହିଂସା ଦେଖାଯାଇଛି। ମାଡପିଟ୍ ହେବା ପରେ ଏହା ଉଗ୍ର ରୂପ ନେଇଛି। ଜଣକୁ ଭୁଜାଲିରେ ହାଣି ହତ୍ୟା କରା ଯାଇଥିବା ଜଣାପଡିଛି। ଏହି ହିଂସାକାଣ୍ଡରେ ଅନ୍ୟ କିଛି ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡିଛି।
ପୁଲିସ କହିବା ଅନୁଯାୟୀ, ପୁଟକେଲଚୁଆଁ ଗ୍ରାମର ଭରତ ବୁଡେକଙ୍କ ପୁଅ ବାହାଘରକୁ ପାଟଣାଗଡ଼ ବଡପଡାରୁ ସତ୍ୟନାରାୟଣ ପାତର, ସନ୍ତୋଷ ସମେତ ୩ ଜଣ ବାହାଘରକୁ ଯାଇଥିଲେ। ଦ୍ବିପ୍ରହରରେ ଭୋଜି ଥିଲା। ଭୋଜି ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ କଥା କଟାକଟି କ୍ରମଶଃ ହିଂସାର ରୂପ ନେଇଥିଲା। ଏଥିରେ ବଡପଡାରୁ ବାହାଘର ଯାଇଥିବା ଲୋକେ ଆହତ ହୋଇ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଚିକିତ୍ସା ହେବା ପରେ ସେମାନେ ନିଜ ଘରକୁ ଏ ସମ୍ପର୍କରେ ଜଣାଇଥିଲେ।
ତେବେ ସତ୍ୟନାରାୟଣଙ୍କୁ ମାଡ ମାରିଥିବା ନେଇ ଖବର ପାଇ ତାଙ୍କର ପୁଅ ପ୍ରତ୍ୟୁଷ ନିଜ ସାଙ୍ଗରେ ଅନ୍ୟ କିଛି ଲୋକଙ୍କୁ ନେଇ ପୁଟକେଲଚୁଆଁ ଯାଇଥିଲା। ତେବେ ସେଠାରେ ରହିଥିବା ଅକୁର ବିଶି ସମେତ ଆଉ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ। ଅକୁର ଭୁଜାଲି ଆକ୍ରମଣରେ ପ୍ରତ୍ୟୁଷର ମୁଣ୍ଡ, ଛାତି ଓ ଜଙ୍ଘରେ ବାଜିବା ଦ୍ବାରା ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତଦେହକୁ ବର୍ତ୍ତମାନ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଛି। ପାଟଣାଗଡ଼ ଥାନା ଏଏସଆଇ ସୁଦର୍ଶନ ଦୋରା ପୁଲିସ କର୍ମଚାରୀ ନେଇ ପହଞ୍ଚି ତଦନ୍ତ କରୁଥିବା ବେଳେ ପୁଟକେଲଚୁଆଁ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ସ୍ଥାନରେ ବର୍ତ୍ତମାନ ଲାଠୋର ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ପୁଲିସ କର୍ମଚାରୀମାନଙ୍କୁ ନେଇ ପହଞ୍ଚି ତଦନ୍ତ କରୁଥିବା ନେଇ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe