ନୂଆପଡ଼ା: ନୂଆପଡ଼ା କୋମନା ବ୍ଲକ ଝାଲତୁସୁମ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି।
ସୂଚନାଯୋଗ୍ୟ, କୋମନା ବ୍ଲକ୍ ଝାଲତୁସୁମ ଗାଁର ତ୍ରିଲୋଚନ ମାଝି ଓ ଲଖିଧର ସାହୁଙ୍କ ମଧ୍ୟରେ ଶତ୍ରୁତା ଥିଲା। ଏହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତ୍ରିଲୋଚନ ମାଝିଙ୍କ ଘର ପାଖକୁ ଯାଇଥିଲେ ଲଖିଧର ସାହୁ। ସେଠାରେ ତାଙ୍କ ଧର୍ମପତ୍ନୀଙ୍କୁ ଦେଖି କେହି କିଛି ବୁଝିବା ପୂର୍ବରୁ ଲଖିଧର ସାହୁ ଏକ ଟାଙ୍ଗିଆରେ ତାଙ୍କୁ ନିର୍ମମ ଭାବରେ ହାଣି ଥିଲେ। ଘଟଣାସ୍ଥଳରେ ହିଁ ତ୍ରିଲୋଚନ ମାଝି ପତ୍ନୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା।
ଏହି ହତ୍ୟାକାଣ୍ଡ ବିଷୟରେ ଗ୍ରାମବାସୀ କୋମନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତ୍ରିଲୋଚନ ମାଝି ପତ୍ନୀଙ୍କ ମୃତଦେହକୁ ଜବତ କରି ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅଭିଯୁକ୍ତ ଲଖିଧର ସାହୁଙ୍କୁ କୋମବାଥାନାକୁ ଆଣି ତଦନ୍ତ ପାଇଁ ଜେରା ଚାଳାଇଛି ପୁଲିସ।
Follow Us