ଗଞ୍ଜାମ: ଗୁଣି ଗାରେଡ଼ିକୁ ନେଇ ହତ୍ୟାକାଣ୍ଡ, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

Advertisment
ଜମିଜମା ଗଣ୍ଡଗୋଳ ସନ୍ଦେହ, ବୃଦ୍ଧଙ୍କୁ ହତ୍ୟା କରି ପୋତି ଦେଲେ

ବ୍ରହ୍ମପୁର: ଗଂଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଡି.ପାଟପୁର ଗାଁରେ ମଙ୍ଗଳବାର ଅପରାହ୍ଣରେ ଏକ ହତ୍ୟାକାଣ୍ଡ ଘଟଣା ଘଟିଛି। ଗୁଣି ଗାରେଡ଼ିକୁ କେନ୍ଦ୍ର କରି କୃଷ୍ଣ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ହିଞ୍ଜଳିକାଟୁ ଥାନାରେ ଅଭିଯୁକ୍ତ ମୁରଲୀ ପ୍ରଧାନ ଆତ୍ମସମର୍ପଣ କରିଛି।

ସୂଚନା ଅନୁସାରେ ମୁରଲୀ ପ୍ରଧାନର ଝିଅ ଅତୀତରେ ମୃତ୍ୟୁବରଣ କରିଥିଲା। ଗୁଣିଗାରେଡି ଯୋଗୁଁ ଝିଅର ମୃତ୍ୟୁ ହୋଇଥିଲା ବୋଲି ମୁରଲୀ କୃଷ୍ଣ ପ୍ରଧାନ ଉପରେ ସଂଦେହ କରିଥିଲା। ଏବେ ପତ୍ନୀ ଅସୁସ୍ଥ ଥିବାରୁ କୃଷ୍ଣ ପ୍ରଧାନଙ୍କ ଉପରେ ମୁରଲୀର ସନ୍ଦେହ ଆହୁରି ଅଧିକ ବଢ଼ିଯାଇଥିଲା। ପୂର୍ବ ଯୋଜନା ଅନୁସାରେ ଆଜି କୃଷ୍ଣ ପ୍ରଧାନଙ୍କୁ ଅତର୍କିତ ଆକ୍ରମଣ କରି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା।

ଦେଶ ସ୍ୱାଧୀନତା ପ୍ରାପ୍ତିର ୭୨ ବର୍ଷ ପରେ ମଧ୍ୟ ସମାଜରୁ କୁସଂସ୍କାର ଶେଷ ହୋଇ ନାହିଁ। ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିକାଶ ସତ୍ତ୍ୱେ ସମାଜରୁ ଅନ୍ଧବିଶ୍ୱାସ ଯାଇ ନାହିଁ। ବିଶେଷକରି ଆଦିବାସୀ ଓ ଅନୁନ୍ନତ ଅଂଚଳରେ ଅନ୍ଧବିଶ୍ୱାସ ସମାଜ ପାଇଁ ଅଭୀଶାପ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe