ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରେଙ୍ଗାଲି ବଜାର ସମ୍ମୁଖରେ ଯୁବକଙ୍କୁ ହତ୍ୟା

ଗଞ୍ଜାମ: କମେଣ୍ଟମରାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ହତ୍ୟା, ଥାନାରେ ହତ୍ୟାକାରୀର ଆତ୍ମସର୍ମପଣ

oneindia.com

ରେଙ୍ଗାଲି: ବଜାର ସମ୍ମୁଖରେ ଶହ ଶହ ଲୋକ ଯାତାୟତ କରୁଥିବା ସମୟରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଶ୍ୟାମ୍‌ ମେଟାଲିକ୍‌ କାରଖାନା ନିକଟରେ ଥିବା ବଜାର ସମ୍ମୁଖରେ ଆଜି ସନ୍ଧ୍ୟା ୭ଟା ୩୦ରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ପରେ ଉପସ୍ଥିତ ଜନତା ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଂଚି ଗୁରୁତର କପିଳ ସାହୁଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରିଥିଲା। ମାତ୍ର ହସ୍‌ପିଟାଲରେ ପହଂଚିବା ପରେ କପିଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣାର ତଦନ୍ତ କରୁଛି। ଶ୍ୟାମ ମେଟାଲିକ୍‌ କାରଖାନା ନିକଟରେ ଥିବା ଏକ ଦୋକାନକୁ କପିଳ ସାହୁ କିଛି ଜିନିଷ କିଣିବାକୁ ଯାଇଥିଲେ। ଏହି ସମୟରେ ରେଙ୍ଗାଲି ଥାନା ଅନ୍ତର୍ଗତ ମାଉଳିନଗର ଗାଁର ଜୟରାମ ଓରାମ ଓ ଗୋପୀନାଥ ଓରାମ ହଠାତ୍‌ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ବୋଲି ସ୍ଥାନୀୟ ଆଇଆଇସି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe