ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ପିଟିପିଟି ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

Advertisment

ପ୍ରମାଣ ନଷ୍ଟ କରିବାକୁ ଶବ ପୋଡିବା ଘଟଣାର ତଦନ୍ତ ଚାଲିଛି: ଆଇଆଇସି

ପ୍ରମାଣ ନଷ୍ଟ କରିବାକୁ ଶବ ପୋଡିବା ଘଟଣାର ତଦନ୍ତ ଚାଲିଛି: ଆଇଆଇସି

ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ପିଟିପିଟି ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

Sambad

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଉପରକୁଟିଙ୍ଗା ଗାଁରେ ଜଣେ ବୃଦ୍ଧାଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ପରେ ଠେଙ୍ଗାରେ ପିଟିପିଟି ହତ୍ୟା ଘଟଣାରେ ପୁଲିସ ଘଟଣାରେ ସମ୍ପୃକ୍ତ ଥିବା ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଏହି ହତ୍ୟା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ତତ୍ପରତା ଦେଖାଇବା ସହ ଉପରକୁଟିଙ୍ଗା ଗାଁରେ ଚଢଉ କରିଥିଲା। ସେଠାରୁ ଗତକାଲି ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତାକୁ ଆଣି ପଚରାଉଚୁରା କରିବା ପରେ ବିଳମ୍ବିତ ରାତ୍ରରେ ଅନ୍ୟ ତିନିଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଲକ୍ଷ୍ମୀପୁର ବ୍ଲକ ଉପରକୁଟିଙ୍ଗା ଗାଁରେ କୁର୍ଷ ମିଣିଆକା ନାମକ ୬୦ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ପୁଲିସ ଭାଇରାଲ ଭିଡିଓ ଆଧାରରେ ଚାରିଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ବୃଦ୍ଧଙ୍କୁ ହତ୍ୟା ଘଟଣାରେ ଅନ୍ୟ କେହି ନଥିଲେ ବରଂ ଏହି ହତ୍ୟା ଘଟଣାରେ ପରିବାରର ଚାରିଜଣ ସଦସ୍ୟ ହିଁ ଥିଲେ। ପୁଲିସର କହିବା ମୁତାବକ ମୃତ କୁର୍ଷ ତା ନିଜ ପୁଅ ଓ ଭାଇ ଘରର ଆଜିବେଷ୍ଟ ଭଙ୍ଗା ଘଟଣାକୁ ନେଇ ଏପରି ଜଘନ୍ୟ କାଣ୍ଡ ହୋଇଛି। ଏହି ହତ୍ୟା କାଣ୍ଡରେ ମୃତ କୁର୍ଷର ପୁଅ କଂସାରି ମିଣିଆକା, ପୁତ୍ର ବଧୂ ସଂଗୀତା ମିଣିଆକା, ସାନଭାଇ ଜଗୁ ମିଣିଆକା ଓ ପୁତୁରା କବିର ମିଣିଆକା ସାମିଲ ଥିବା ଆଇଆଇସି ଶ୍ବେତପଦ୍ମା ସେଠ୍ ପ୍ରକାଶ କରିଛନ୍ତି। ପ୍ରମାଣକୁ ନଷ୍ଟ କରିବାକୁ ଯାଇ ମୃତ କୁର୍ଷକୁ ପୋଡି ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ସହ ସାଇଣ୍ଟିଫିକ୍ ଟିମ ପହଞ୍ଚି ଶ୍ମଶାନରୁ ହାଡ ପାଉଁଶ ଜବତ କରାଯିବା ସହ ଘଟଣାରେ ଆଉ କାହା କାହା ସମ୍ପୃକ୍ତ ରହିଛି ତାହାକୁ ତଦନ୍ତ କରାଯାଉଛି ଓ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe