ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ, ଯୁବକଙ୍କୁ ପିଟିପିଟି ହତ୍ୟା

ଆତ୍ମସମର୍ପଣ ପରେ ଥାନାରେ ୩ ଅଟକ

ବ୍ରହ୍ମପୁର: ବୋମା ମାଡ଼ ଘଟଣାରେ ୫ ଗିରଫ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଇଲାକାରେ ୧୦ ବର୍ଷର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଅସଦାଚରଣ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇଥିବା ଯୁବକ ହତ୍ୟାର ଶିକାର ହୋଇଛନ୍ତି। ସଂପୃକ୍ତ ନାବାଳିକାଙ୍କ ବାପା ଓ ଦାଦା ମିଶି ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ, ଝାଡ଼ଖଣ୍ଡ ରାଜ୍ୟ ସିମଡ଼େଗା ଜିଲ୍ଲା ଚିରାପାଲି ଗ୍ରାମର ମୂଳବାସିନ୍ଦା ନିରୁପଲ୍ ମହାତ୍ (୪୦)।

ନିରୁପଲ୍ ଏଠାରେ ଏକ ରାସ୍ତା କାମରେ ନିୟୋଜିତ ମିକ୍ସର୍‌ ମେସିନର ଡ୍ରାଇଭର ଭାବେ କାମ କରିବା ସହ ନିକଟସ୍ଥ ଏକ ଠିକା କ୍ୟାମ୍ପ୍‌ରେ ରହୁଥିଲେ। ସେ ଆଗରୁ ଦୁଇତିନି ଧର ଉକ୍ତ ନାବାଳିକାଙ୍କୁ ଅସଦ୍‌ ବ୍ୟବହାର କରିଥିଲେ। ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କ ଘରେ କେହି ନଥିବା ବେଳେ ନିରୁପଲ୍ଅ ତାଙ୍କର ଶ୍ଳୀଳ ଫଟୋ ଉଠାଇବା ସହ ଅସଦ୍ ବ୍ୟବହାର କରିଥିଲେ। ପରିବାରବର୍ଗ ଘରେ ପହଞ୍ଚିବା ପରେ ନାବାଳିକାଙ୍କୁ କାନ୍ଦୁଥିବା ଦେଖି ଘଟଣା ବିଷୟରେ ପଚାରିଥିଲେ। ନାବାଳିକାଙ୍କ ବାପା ଏନେଇ ତାଙ୍କ ଭାଇଙ୍କୁ ଜଣାଇଥିଲେ। ଏହାପରେ ନାବାଳିକାଙ୍କ ବାପା ଓ ଦାଦା ମିଶି ଠିକା କ୍ୟାମ୍ପ୍‌ରେ ପହଞ୍ଚି ନିରୁପଲ୍‌ଙ୍କୁ ଘୋଷାଡ଼ି ଆଣି ନିସ୍ତୁକ ମାଡ଼ ମାରିଥିଲେ। କିଛି ସମୟରେ ନିରୁପଲ୍‌ଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଠିକା କ୍ୟାମ୍ପ୍ କର୍ମଚାରୀ ରୋହିତ ଗୌଡ଼ ରାଇକିଆ ଥାନାକୁ ସୂଚନା ଦେଇଥିଲେ। କିନ୍ତୁ ମାଓପ୍ରବଣ ଇଲାକା ହେତୁ ପୁଲିସ ଟିମ୍ ପହଞ୍ଚି ପାରି ନଥିଲା। ଆଜି ସକାଳେ ପୁଲିସ ପହଞ୍ଚ ତଦନ୍ତ ଆରମ୍ଭ କରିବା ସହ ଶବକୁ ଜବତ କରିଥିଲା। ଏନେଇ ରାଇକିଆ ଥାନାରେ କେସ୍ ନମ୍ବର ୮୧/୨୩ ରେ ଏକ ମାମଲା ରୁଜୁ ସହ ଥାନାରେ ଆତ୍ମସମର୍ପଣ କରିଥିବା ନାବାଳିକାଙ୍କ ବାପା, ଦାଦା ଓ ମା’ଙ୍କୁ ଅଟକ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe