ଯୁବକଙ୍କୁ ହତ୍ୟା କରି ଫୋପାଡ଼ି ଦେଲେ !

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ସମ୍ବଲପୁର/ଯୁଯୁମୁରା: ମାନେଶ୍ବର ରେଳ ଷ୍ଟେସନ୍‌ ନିକଟରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ପାଖରେ ଏକ ଖଣ୍ଡା ମଧ୍ୟ ପଡ଼ିଥିଲା। ସୂଚନା ପାଇ ମାନେଶ୍ବର ଷ୍ଟେସନ୍‌ ମାଷ୍ଟର୍‌ ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ସମ୍ବଲପୁର ସଦର ଥାନା ଦଣ୍ଡେଇପାଲି ଗାଁର ସୁମିତ ନାଗ(୧୯)।

ମିଳିଥିବା ସୂଚନା ଅନୁଯାୟୀ, ସୁମିତ ଆଜି ସକାଳେ ତାଙ୍କର ୨ ଜଣ ସାଙ୍ଗଙ୍କ ସହ ଘରୁ କେଉଁଆଡ଼େ ଯାଇଥିଲେ। ସେହି ୨ ସାଙ୍ଗଙ୍କ ଖୋଜଖବର ନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ବୁଧବାର ସକାଳେ ରେଳଧାରଣା ନିକଟରେ ସୁମିତ ଗୁରୁତର ହୋଇ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଷ୍ଟେସନ୍‌ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ପାଖରେ ପଡ଼ିଥିବା ଖଣ୍ଡା ଦେଖି ସୁମିତଙ୍କୁ କେହି ଆକ୍ରମଣ କରି ଦୁର୍ଘଟଣାର ରୂପ ଦେବାକୁ ରେଳ ଧାରଣା ନିକଟରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି। ରେଳ ଧାରଣା ଉପରେ ପଡ଼ିଥିବା ଗୋଟିଏ ମୋବାଇଲ ଫୋନ୍‌କୁ ପୁଲିସ ଜବତ କରିଛି। ଅନ୍ୟପଟେ ବୁର୍ଲା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe