ସହର ମଝିରେ ଯୁବକଙ୍କୁ ହତ୍ୟା

Advertisment
ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ବରଗଡ଼: ବରଗଡ଼ ସହରର ମଝିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗାନ୍ଧୀ ଛକ ନିକଟସ୍ଥ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ଗଳି ନିକଟରେ ଶନିବାର ସକାଳୁ ଲୋକେ ଶବ ପଡ଼ିଥିବା ଦେଖିଥିଲେ। ମୃତକ ଜଣକ ୱାର୍ଡ ନମ୍ବର ୧୧ ମଂଗଲାଝୁମ୍ପୁଡ଼ି ପଡ଼ା‌ର ସୂରଜ ଦାସ(୨୦)। ତେବେ ହତ୍ୟାକାଣ୍ଡର କାରଣ କିଛି ଜଣାପଡ଼ିନାହିଁ। ପୁଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ କରିଥିଲେ।

ସନ୍ଧାନୀ କୁକୁର ଶବ ପଡ଼ିଥିବା ସ୍ଥାନରୁ ଶକ୍ତିନଗର ରାସ୍ତା ଦେଇ ଘରୋଇ ବସ୍‌ଷ୍ଟାଣ୍ଡ ପଛପଟେ ଥିବା ମାଂସ ଦୋକାନ ଯାଏଁ ଯାଇଥିଲା। ସେହି ଆଖପାଖରୁ ୩ ଜଣଙ୍କୁ ଅଟକ ରଖି ପୁଲିସ୍‌ ଜେରା ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି। କିନ୍ତୁ ଏସ୍‌ପି ଅଫିସ୍‌ରୁ ମାତ୍ର ଶହେ ମିଟର୍‌ ଦୂରତାରେ ଶବ ପଡ଼ିଥିଲେ ହେଁ ସକାଳ ଯାଏଁ କେହି ଟେର୍‌ ପାଇନଥିଲେ। ସୂରଜଙ୍କ ଶରୀରରେ ଏକାଧିକ କ୍ଷତଚିହ୍ନ ରହିଛି। ତାଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରି ଗଳିରେ ଫୋପାଡ଼ି ଦିଆଯାଇଥିବା ବି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe