୫ବର୍ଷ ବୟସର ଆଦିତି ନୃତ୍ୟରେ ମ୍ୟାଜିକ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

Advertisment
୫ବର୍ଷ ବୟସର ଆଦିତି ନୃତ୍ୟରେ ମ୍ୟାଜିକ୍ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ

ଜୟପୁର: ଜୟପୁର ମାଦଲାସାହିର ୫ବର୍ଷର ଝିଅ ଆଦିତିମିଶ୍ର ନୃତ୍ୟରେ ମ୍ୟାଜିକ୍ ବୁକ୍ ଅଫ୍ ରେକର୍ଡର ବେଷ୍ଟ ଆଚିଭର୍ସ ଆୱାର୍ଡ ପୁରସ୍କାର ପାଇଛନ୍ତି। ମ୍ୟାଜିକ୍ ବୁକ୍ ଅଫ ରେକଡର୍ସ ପକ୍ଷରୁ ଏହା ଗତ କିଛି ମାସ ହେବ ଅନଲାଇନରେ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଏଥିରେ ଆଦିତି ନିଜର ନୃତ୍ୟ ସମ୍ବଳିତ ଭିଡିଓ ଅନଲାଇନରେ ପୋଷ୍ଟ କରିଥିଲେ। ସ୍ଥାନୀୟ ମାଦଲାସାହିର ରବିନ୍ଦ୍ର ମିଶ୍ର ଓ ସଂଜନା ମିଶ୍ରଙ୍କ ଝିଅ ଆଦିତି ଏଥି ପୂର୍ବରୁ ବି ଜାତୀୟ ଓ ଅର୍ନ୍ତଜାତୀୟ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ବ ହାସଲ କରିଥିଲେ। ସେ ସ୍ଥାନୀୟ ପ୍ରେରଣା ଡ୍ୟାନସ୍ ଆକାଡେମୀର ନୃତ୍ୟ ଗୁରୁ ସୁସ୍ମିତା ରଥଙ୍କ ମାର୍ଗଦର୍ଶନରେ ନୃତ୍ୟ ପ୍ରଶିକ୍ଷଣ କରୁଛନ୍ତି। ଆଦିତି ବିଭିନ୍ନଜାତୀୟ ଘରୋଇ ଚାନେଲର ନୃତ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ ହେଁ କରୋନା ଯୋଗୁଁ ଭାଗ ନେଇ ନଥିଲେ। ୫ବର୍ଷର ଝିଅ ଆଦିତିଙ୍କର ଏହି ସଫଳତା ପାଇଁ କୋରାପୁଟ ଜିଲ୍ଲାର ସ୍ଥାନ ଜାତୀୟ ଓ ଅର୍ନ୍ତଜାତୀୟସ୍ତରରେ ପହଚିଂ ପାରିଛି ବୋଲି ନୃତ୍ୟ ଗୁରୁ ସୁସ୍ମିତା କହିଛନ୍ତି। ଆଦିତିଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ସ୍ତରରୁ ଶୁଭେଛା ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe