ସାଢ଼େ ଚାରି ମାସ ହେବ ଖୋଲିନି ଜିଲ୍ଲା ସଂଗ୍ରହଳାୟ; ଆଗକୁ ଆଉ ଖୋଲିବ ନ ନାହିଁ ସଂଦେହ!

Advertisment

ଚୋରି ପରେ ମରାମତି ହୋଇନି; ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ?

ଚୋରି ପରେ ମରାମତି ହୋଇନି; ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ?

ସାଢ଼େ ଚାରି ମାସ ହେବ ଖୋଲିନି ଜିଲ୍ଲା ସଂଗ୍ରହଳାୟ; ଆଗକୁ ଆଉ ଖୋଲିବ ନ ନାହିଁ ସଂଦେହ!

Sambad

ଜୟପୁର: ଗତ ସେପଟମ୍ବର ୧୨ତାରିଖ ଦିନ ଜିଲ୍ଲା ସଂଗ୍ରହଳାୟରେ ଚୋରି ପର ଠାରୁ ଆର୍ଥାତ ସାଢ଼େ ୪ମାସ ହେବ ଏହାକୁ ଖୋଲାଯାଇନି। ଏପରିକି ଚୋର ମାନେ ଜିଲ୍ଲା ସଂଗ୍ରହଳାୟର ଟିଣ ତାଡ଼ି ଭିତରେ ପଶି ବହୁ ମୂଲ୍ୟବାନ ହାତୀଦାନ୍ତର ରଥ, ଡୋକ୍ରାର ଘୋଡା, ବାଘ ନଖ, ଚେନ୍, ପିତଳରାଧା ମୂର୍ତ୍ତୀ, ରୁପା ଓ ଆଦିବାସୀ ଅଳଙ୍କାର ଚୋରି ହୋଇଥିଲା। ଏହି ମାମଲାରେ ଯଦିଓ ପୁଲିସ ୨ଜଣ ଅଭିଯୁକ୍ତଙ୍କ ନିକଟରୁ ୯୦ପ୍ରତିଶତ ଚୋରି ସାମଗ୍ରୀ ଉଦ୍ଧାର ହୋଇଥିବା ବେଳେ ବଳକା ୧୦ପ୍ରତିଶତ ଏବେ ବି ମିଳିପାରିନି ବୋଲି ଏଠାରୁ ଗଂଜାମ ବଦଳି ହୋଇଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ କହିଛନ୍ତି।

ଚୋରି ପର ଠାରୁ ମରାମତି ହୋଇ ପାରି ନଥିବାରୁ ଜିଲ୍ଲା ସଂଗ୍ରହଳାୟ ଖୋଲା ଯାଇପାରିନି। ଅନ୍ୟ ପକ୍ଷରେ ଏହାରି ପରିସରରେ ଶତାଧିକ କଳାକୃର୍ତ୍ତି, ୪୭ଟି ବିରଳ ଜୌନ ଓ ବୌଦ୍ଧ ମୂର୍ତ୍ତି, କୋରାପୁଟରେ ହଜିଯାଇଥିବା ୧୨୦ ପ୍ରକାରର ଧାନ ବିହନ ନମୂନା, ୨୦ରୁ ଅଧିକ ପ୍ରକାରର କାଠର ନମୂନା, ଡାଲି ଜାତୀୟ ଦ୍ରବ୍ୟ, ଶିଳାଲିପି, ଖଣିଜ ପଦାର୍ଥ, ପେପର ତିଆରି ପାଇଁ ଅବଶ୍ୟକ କଞ୍ଚାମାଲ, ଟେରାକୋଟା, ଗୋବର କଣ୍ଡେଇ, ଲାଖ କାମ, ଆଦିବାସୀ ଲୁଗା, ୬୦ରୁ ବିରଳମୁଦ୍ରା ଓ ମହମ ତିଆରି ସାମଗ୍ରୀ ରହିଛି।

ଅତ୍ୟନ୍ତ ମୂଲ୍ୟବାନ ଏବଂ ଆଗାମୀ ପିଢ଼ୀକୁ ଦିଗ ଦର୍ଶନ ଦେଉଥିବା, ଏହି ଅଂଚଳରେ ପ୍ରଚଳିତ ପ୍ରଥା, ପରମ୍ପରାକୁ ଦର୍ଶାଉଥିବା, ରାଜରାଜୁଡା ଅମଳର ପଦ୍ଧତିକୁ ପ୍ରଦର୍ଶିତ କରି ଆସୁଥିବା ସାମଗ୍ରୀକୁ ସାଇତି ରଖାଯାଇଛି ସତ। ତେବେ ଏଭଳି ଅମୂଲ୍ୟ ସାମଗ୍ରୀକୁ ଯେଭଳି ସୁରକ୍ଷିତ ଭାବେ ରଖାଯିବ ସେ ଦିଗରେ ସରକାର କିମ୍ବା ପ୍ରଶାସନ ବି ବିଶେଷ ଧ୍ୟାନ ଦେଇନାହାନ୍ତି। ମାତ୍ର ଦୁଇଟି ତାଲା ହିଁ ଏତେ ବଡ ସଂଗ୍ରହଳାୟର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି।

publive-image Sambad

ଚୋରି ହେବାର ସାମେ ୩ ମାସ ପରେ ବି ରାଜ୍ୟ ସରକାର କିମ୍ବା ସଂସ୍କୃତି ବିଭାଗ, ପ୍ରଶାସନ କେହି ବି ସଚେତନ ନହେବା ବୁଦ୍ଦିଜୀବୀ ମନରେ ବିରାଟପ୍ରଶ୍ନ ସୃଷ୍ଟି କରିଛି। ଏତେ ଗୁରୁତ୍ବପୁର୍ଣ୍ଣ ତଥା ଅଂଚଳର ଐତିହ୍ୟବହନ କରୁଥିବା ସଂଗ୍ରହଳାୟକୁ କାହିଁକି ଅଣ ଦେଖା କରାଯାଉଛି ତାକୁ ନେଇ ଉଠିଛି ପ୍ରଶ୍ନ। ଚୋରୀ ପରେ ଅନ୍ତଃତ ସୁରକ୍ଷା କର୍ମୀ ନିୟୋଜିତ କରିବା, ସିସିଟିଭି ଲଗାଇବା କାମ ବି ପ୍ରଶାସନ ପକ୍ଷରୁ ଆଜି ପର୍ୟ୍ୟନ୍ତ କରାଯାଇନି। ବିଗତ ୧୦ ବର୍ଷ ଧରି ସଂଗ୍ରହାଳୟରେ କେହି ନିୟମିତ କର୍ମଚାରୀ ନାହାଁନ୍ତି। ଜଣେ ପିଅନଙ୍କ ଅବସର ନେବା ପରେ ଏହି ପଦବୀ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଡିଏଲଆରରେ ପୂର୍ବ ପିଅନଙ୍କ ପୁଅ ହିଁ ସଂଗ୍ରହାଳୟର ଦେଖାରଖା କରୁଛନ୍ତି। ତାଙ୍କୁ ମଧ୍ୟ ୬ମାସରେ ଥରେ ଦୈନିକ ମଜୁରୀ ଟଙ୍କା ପୁଣି ଛୁଟିଦିନକୁ କାଟି ଦିଆଯାଉଛି ବୋଲି କହିଛନ୍ତି।

ଏସଂପର୍କରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କୁ ପଚାରିବାରେ ସେ କହିଲେ ଚୋରି ପର ଠାରୁ ରାଜ୍ୟ ସରକାରଙ୍କୁ ଏହାର ମରାମତି କରାଯିବା ପାଇଁ ସେ ଚିଠି କରି ଅବଗତ କରିଛନ୍ତି। ତା ସହ ଏହି ସଂଗ୍ରହଳାୟ ପାଇଁ ଜମି ଦେ‌ଇ ସେଠାରେ ସ୍ବତନ୍ତ୍ର ଭାବେ ସଂଗ୍ରହଳାୟ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ପ୍ରତିଉତ୍ତର ଆସିନି। ଏହାରି ମଧ୍ୟରେ ତାଙ୍କର ଗଂଜାମ ବଦଳି ହୋଇଛି ବୋଲି କହିଛନ୍ତି। ଜିଲ୍ଲାସଂସ୍କୃତି ଅଧିକାରୀ ଭାବେ ନୂଆରେ ଦାୟିତ୍ବ ନେଇଥିବା ଡେପ୍ୟୁଟି କଲେକ୍ଟର ଅର୍ଚ୍ଚନା ଦାଶ ଜିଲ୍ଲା ସଂଗ୍ରହଳାୟ ସଂପର୍କରେ ଜାଣି ନଥିବା କହିଛନ୍ତି। ଗୋଟିଏ ପଟେ ସଂଗ୍ରହଳାୟର ମରାମତିର ନାଁ ରାଜ୍ୟସରକାର, ପ୍ରଶାସନ ଧରୁ ନଥିବା ବେଳେ ଆଗାମୀ ଦିନରେ ପୁଣି ଆଉ କେବେ ଖୋଲିବ ତାହାକୁ ନେଇ ସଂଦେହ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe