କଳିଙ୍ଗ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ପକ୍ଷରୁ ମୋର ପ୍ରଥମ ଭୋଟ ଦେଶ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳିଙ୍ଗ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ପକ୍ଷରୁ ମୋର ପ୍ରଥମ ଭୋଟ ଦେଶ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ "ମୋର ପ୍ରଥମ ଭୋଟ ଦେଶ ପାଇଁ " କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ସଫଳତାର ସହିତ ଅନୁଷ୍ଠିତ ହୋଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ବିଭାଗର ଅଧ୍ୟାପକ  ତପନଚନ୍ଦ୍ର ନାୟକ ଏବଂ ମୁଖ୍ୟବକ୍ତା ଭାବରେ ଅର୍ଥନୀତି ବିଭାଗର ଅଧ୍ୟାପକ  ବିନାୟକ ବିଶ୍ୱାଳ ଏବଂ ସମ୍ମାନିତ ଅତିଥି ଭାବରେ ଗଣିତ ବିଭାଗର ଅଧ୍ୟାପିକା ଅନିତା ପଟ୍ଟନାୟକ ଆସନ ଅଳଙ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ସମସ୍ତ ଅତିଥି ବୃନ୍ଦ ତାଙ୍କ ଅଭିଭାଷଣରେ ଭୋଟ ଦାନର ଗୁରୁତ୍ୱ ଏବଂ ସଫଳ ଗଣତନ୍ତ୍ରର ରୂପାୟନରେ ଭୋଟର ମୂଲ୍ୟ ବିଷୟରେ ଆଲୋକପାତ କରିଥିଲେ । ଏଥିରେ ଏନଏସଏସ.ର ଛାତ୍ରଛାତ୍ରୀ, ସ୍ବେଛାସେବୀମାନେ ନିଜନିଜ ବକ୍ତବ୍ୟରେ ନିଜର ସୁଚିନ୍ତିତ ମତ ଅନୁଯାଇ ନିଶ୍ଚିତ ଭୋଟଦାନ କରିବାକୁ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ। ଏନଏସଏସର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସରିତା ମିଶ୍ର, ଶିକ୍ଷା ବିଭାଗର ଅଧ୍ୟାପିକା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe