ଝାରସୁଗଡ଼ାରେ ବିଜେଡ଼ି ପ୍ରାର୍ଥୀ ନବ ଦାସ ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ 

Advertisment
ଝାରସୁଗଡ଼ାରେ ବିଜେଡ଼ି ପ୍ରାର୍ଥୀ ନବ ଦାସ ୪୫ ହଜାରରୁ ଅଧିକ ଭୋଟରେ ବିଜୟୀ 

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ନବ ଦାସଙ୍କ ବିପୁଳ ବିଜୟ ହୋଇଛି। ଶ୍ରୀ ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦୀନେଶ ଜୈନଙ୍କୁ  ୪୫ ହଜାର ୫୬୯ ଭୋଟରେ ପରାସ୍ତ କରିଛନ୍ତି। ବିଜେଡ଼ି ପ୍ରାର୍ଥୀ ଶ୍ରୀ ଦାସ ୯୮ ହଜାର ୨୫୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ଜୈନ ୫୨ ହଜାର ୬୮୭ ଭୋଟ ପାଇଥିବା ଜଣାଯାଇଛି। କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮ ହଜାର ୬୯୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଆସନର ଅନ୍ୟ ପ୍ରାର୍ଥୀ ମାନଙ୍କ ମଧ୍ୟରେ ବିଏସ୍‌ପିର କାର୍ତ୍ତିକେଶ୍ବର ଘୁଗର ୯୯୦, ପିଏସ୍‌ପି ପ୍ରାର୍ଥୀ ଦେବାନନ୍ଦ ବାରିକ ୭୧୧, କେକେଡ଼ି ପ୍ରାର୍ଥୀ ପ୍ରଶାନ୍ତ ପଟେଲ ୬୦୬, ସ୍ବାଧୀନ ପ୍ରାର୍ଥୀ ପୂନ୍ରବାନ ନାଏକ ୭୩୧, ‌ରେଖା ହୋତା ୫୫୮, ସ୍ନେହଲତା ନାଏକ ୭୭୫ ଭୋଟ ପାଇଛନ୍ତି। ସେହିପରି ପୋଷ୍ଟାଲ ବ୍ୟାଲଟରେ ବିଜେଡ଼ିକୁ ୩୬୪, ବିଜେପିକୁ ୨୩୪, କଂଗ୍ରେସକୁ ୧୨୮, ଅନ୍ୟାନ୍ୟ ୧୬ ଭୋଟ ମିଳିଥିବା ବେଳେ ୧୧୬ ଗୋଟି ଭୋଟ ନାକଚ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe