ନବଜ୍ୟୋତି ପଟ୍ଟନାୟକଙ୍କୁ କରୋନା

ନବଜ୍ୟୋତି ପଟ୍ଟନାୟକଙ୍କୁ କରୋନା

ବାଲେଶ୍ବର: କଂଗ୍ରେସର ବାଲେଶ୍ବର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ନିଜକୁ ସୁସ୍ଥ ଅନୁଭବ କରୁଥିବା‌ବେଳେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସ୍ବାସ୍ଥ୍ୟ ପରୀକ୍ଷା କରାଇନେବାକୁ ସେ ନିବେଦନ କରିଛନ୍ତି।
ଗତ ସପ୍ତାହେ ହେଲା ଶ୍ରୀ ପଟ୍ଟନାୟକ ବାଲେଶ୍ବର ଉପନିର୍ବାଚନ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ। ଇତିମଧ୍ୟରେ ଦଳ ପକ୍ଷରୁ ଆୟୋଜିତ ସଭାସମିତି, ଗଣସମାବେଶ ଏବଂ ଘରଘର ବୁଲି ପ୍ରଚାର ମଧ୍ୟ କରିଥିଲେ।

କଂଗ୍ରେସର ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କ ସହ ସେ ପ୍ର‌ତ୍ୟକ୍ଷ ସଂସ୍ପର୍ଶ‌େର ଆସିଥିଲେ। ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଥିବା ସତ୍ତ୍ବେ ଶ୍ରୀ ପଟ୍ଟନାୟକ କେମିତି କାହା ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ଜଣାପଡ଼ିନାହିଁ। ‌ତେବେ ଦୁଇଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିଲା। ଗତକାଲି ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା। ଏହାପ‌େର ଭୁବନେଶ୍ବର ଯାଇ ହୋମ ଆଇସୋଲେସନରେ ଥିବା ସୂଚନା ମିଳିଛି। କଂଗ୍ରେସ ସମେତ ବାଲେଶ୍ବରର ବିଭିନ୍ନ ମହଲରୁ ଶ୍ରୀ ପଟ୍ଟନାୟକଙ୍କର ଆଶୁଆରୋଗ୍ୟ କାମନା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe