ସହଯୋଗର ହାତ ବଢାଇଲେ ନବଜ୍ୟୋତି, କଂଗ୍ରେସ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ

Advertisment
ସହଯୋଗର ହାତ ବଢାଇଲେ ନବଜ୍ୟୋତି, କଂଗ୍ରେସ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ନିଶୁଳ୍କ ଆମ୍ବୁଲାନ୍ସ ସେବା ଆରମ୍ଭ

ବାଲେଶ୍ବର: କରୋନା ମହାମାରୀର ଦ୍ଵିତୀୟ ଲହରରେ ସମଗ୍ର ବାଲେଶ୍ୱର ଜିଲ୍ଲାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ପଶ୍ଚିମବଙ୍ଗରେ ଟ୍ରିପଲ୍ ମ୍ୟୁଟାଣ୍ଟ ଭୁତାଣୁ ଯୋଗୁ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଗୁଡ଼ିକ ଏବେ ରେଡ୍ ଜୋନରେ ସାମିଲ୍ ହେଇ ସାରିଛି । ଦିନକୁ ସଂକ୍ରମିତ ସଂଖ୍ୟା ବୃଦ୍ଧି ଯୋଗୁଁ କୋଭିଡ୍ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି ହୋଇଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭାରତୀୟ ଜାତୀୟ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ବାନ କ୍ରମେ  ବାଲେଶ୍ଵର ଜିଲ୍ଲାର ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାଲେଶ୍ଵର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରେରଣା ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୋଭିଡ୍ ଆକ୍ରାନ୍ତଙ୍କ ନିମନ୍ତେ ଆଜି ନିଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି।

publive-image

ବର୍ତ୍ତମାନ ସମୟରେ ୪ ଟି ଆମ୍ବୁଲାନ୍ସକୁ ନେଇ ଆରମ୍ଭ ହେଇଥିବା ଏହି  ସେବାକୁ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଉପଲବ୍ଧ କରିବାର ଯୋଜନା ରହିଛି ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି ସୂଚନା ଦେଇଛନ୍ତି। ଗତବର୍ଷ ଲକ୍ ଡାଉନ୍ ସମୟରେ  ରୋଜଗାର ହରାଇଥିବା ଅଟୋଚାଳକ, ରିକ୍ସା ଚାଳକ , ଖବରକାଗଜ ବିତରକ , ରେଳଷ୍ଟେସନ ଯାତ୍ରୀ, ସହାୟକ (କୁଲି) ମାନଙ୍କୁ ଶ୍ରୀ ପଟ୍ଟନାୟକ ଶୁଖିଲା ଏବଂ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ ବାଲେଶ୍ଵର ସହର ସମେତ ଗ୍ରାମାଞ୍ଚଳମାନଙ୍କରେ ଏକାଧିକ ସ୍ଥାନରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କ ପେଟକୁ ସେ ଦାନା ଯୋଗାଇ ଦେଇଥିଲେ। ତାଙ୍କ ନେତୃତ୍ଵରେ ଜିଲ୍ଲା, ଛାତ୍ର, ଯୁବ କଂଗ୍ରେସକୁ କ୍ରିୟାଶୀଳ କରି ଅନ୍ୟ ରାଜ୍ୟରେ ରହିଥିବା ପ୍ରାୟ ୩୦୦୦ ରୁ ଉର୍ଦ୍ଧ୍ବ ପ୍ରବାସୀମାନଙ୍କ ନିମନ୍ତେ ୩ ମାସରୁ ଅଧିକ ସମୟ ଧରି ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ୧୫୦୦ରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ  ନିଜ ଉଦ୍ୟମରେ ଘରକୁ ଫେରାଇ ଆଣିବାର ସୁବ୍ୟବସ୍ଥା କରିଥିଲେ।

ସମ୍ପ୍ରତି କରୋନାର ଏହି ଦ୍ଵିତୀୟ ଲହର ଅଧିକ କ୍ଷୟକ୍ଷତି କରିବା ସମ୍ଭାବନାକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲାର ଜନସାଧରଣଙ୍କ ଅସୁବିଧାକୁ ଦୂର କରିବା ନିମନ୍ତେ  ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କୋଭିଡ୍ ହେଲ୍ପଲାଇନ୍ ଏବଂ   ନିଶୁଳ୍କ ଆମ୍ବୁଲାନ୍ସ ସେବା ଜିଲ୍ଲାବାସୀଙ୍କ ପ୍ରତି ଏକ ମହୋଷଧୀ ଭାବେ କାମ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe