ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ, କୋର୍ଟ ଚାଲାଣ

ଆଇଟିଡିଏ ସହକାରୀ ଯନ୍ତ୍ରୀ ଗିରଫ, କୋର୍ଟ ଚାଲାଣ

ନବରଙ୍ଗପୁର: ନବରଙ୍ଗପୁର ଆଇଟିଡିଏର ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ ବ୍ୟାଗରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ସରକାରୀ ଗାଡିରେ ଚାଲାଣ ବେଳେ ନବରଙ୍ଗପୁର ଭିଜିଲାନସ ହାତ‌ରେ ଧରାପଡିଥିଲେ। ଉକ୍ତ ଟଙ୍କାର ଉତ୍ସ ନେଇ ଆଜି ଭିଜିଲାନସ ବିଭାଗ ତଦନ୍ତ କରିବା ପରେ ଜଣାପଡିଥିଲା ଯେ ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୧୫ ଦିନ ମଧ୍ୟରେ କୌଣସି ବ୍ୟାଙ୍କରୁ ଟଙ୍କା ଉଠାଇ ନାହାନ୍ତି। ସେ ଏହି ଟଙ୍କା କେଉଁଠୁ ଆସିଲା ତାହାର ମଧ୍ୟ ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ଶେଷରେ ଆଜି ଭିଜିଲାନସ ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ଜୟପୁର କୋର୍ଟକୁ ଚାଲାଣ କରିଥିବା କହିଛନ୍ତି ଭାରପ୍ରାପ୍ତ ଭିଜିଲାନସ ଡିଏସପି କଳାବତୀ ବାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe