୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ, ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖା ୨ ଦିନ ପାଇଁ ବନ୍ଦ

Advertisment
୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ, ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖା ୨ ଦିନ ପାଇଁ ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ୩ୟ ଲହରୀକୁ ନେଇ ଚିନ୍ତା ବଢ଼ିଛି। ନବରଙ୍ଗପୁର ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟଶାଖାର ଜଣେ ଅଧିକାରୀ ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୨ ଦିନ ପାଇଁ ବ୍ୟାଙ୍କ କୁ ବନ୍ଦ କରାଯାଇଛି ।

ଏସବିଆଇ ମୁଖ୍ୟ ଶାଖା ପରିଚାଳକ କହିବା ଅନୁଯାୟୀ ଗତ କାଲି ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ଅନ୍ୟ ଜଣେ କର୍ମଚାରୀଙ୍କ କରୋନା ଲକ୍ଷଣ ଦେଖାଯିବାରୁ ସେ ବି କରୋନା ପରୀକ୍ଷଣ କରିଥିଲେ। ତାଙ୍କ ରିପୋର୍ଟ ବି ପଜିଟିଭ୍ ଆସିବା ପରେ ଆଜି ଜିଲ୍ଲାପାଳଙ୍କ ଆଦେଶ ପ୍ରକାରେ ୨ ଦିନ ପାଇଁ ବ୍ୟାଙ୍କ ବନ୍ଦ ରଖାଯାଇଛି । ଏହି ୨ ଦିନ ମଧ୍ୟରେ ବ୍ୟାଙ୍କକୁ ବିଶୋଧନ କରାଯିବ। ଆସନ୍ତା ୫ ତାରିଖରୁ ପୁଣି ବ୍ୟାଙ୍କ ଖୋଲିବ ବୋଲି କହିଛନ୍ତି। ସେମାନଙ୍କ ଘରୋଇ ସଂଗରୋଧ ରେ ରହିବା ପାଇଁ କୁହାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ପରିଚାଳକ । ଯାହା ବି ଗ୍ରାହକଙ୍କ ସମସ୍ୟା ଥିବ ତାହା ବ୍ୟାଙ୍କ ଖୋଲିଲେ ତାହା ସମାଧାନ କରାଯିବ। ଗ୍ରାହକଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
ନବରଙ୍ଗପୁର ଜିଲ୍ଲାରେ ଆଜି ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଉମରକୋଟ ଗୁଲିପାଟନା ରେ ଜଣେ, ନବରଙ୍ଗପୁର ସହର ଗାଦବାଗୁଡା ରେ ୨ ଜଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ଜଣେ ଓ ସାନମସିଗାଁ ରେ ଜଣେ ଚିହ୍ନଟ ହୋଇଛନ୍ତି। ଗତ ୫ ଦିନ ମଧ୍ୟରେ ୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ ୧୮ ଜଣ ସକ୍ରିୟ ମାମଲା ରହିଛି। ସମସ୍ତ ରୋଗୀ ଘରୋଇ ସଂଗରୋଧ ରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୩ ହଜାର ୫୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ୬ ଲକ୍ଷ ୫୪ ହଜାର ୮୦୦ ଜଣଙ୍କ ସ୍ବାବ୍ ସଂଗ୍ରହ ହୋଇଛି। ଏଯାବତ ନବରଙ୍ଗପୁର ଜିଲ୍ଲାରେ ୧୪୫ ଜଣ କୋଭିଡ଼ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟ ଙ୍କୁ ପଚାଶ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe