ବର୍ଷାରେ ଛତା ତଳେ ରାସ୍ତା ଉପରେ ଆରକ୍ଷୀ ଅଧୀକ୍ଷକଙ୍କ ଗାଡି ତଲାସି, ଫଟୋ ଭାଇରାଲ

ବର୍ଷାରେ ଛତା ତଳେ ରାସ୍ତା ଉପରେ ଆରକ୍ଷୀ ଅଧୀକ୍ଷକଙ୍କ ଗାଡି ତଲାସି, ଫଟୋ ଭାଇରାଲ

ନବରଙ୍ଗପୁର: ପ୍ରବଳ ବର୍ଷା ସତ୍ବେ ନବରଙ୍ଗପୁର ପୁଲିସ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ରାସ୍ତା ଉପରେ ଠିଆ ହୋଇ ଅମାନିଆ ବାଇକ ଚାଳକ ଉପରେ ନଜର ରଖୁଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ନବରଙ୍ଗପୁର ପୁଲିସର ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିବାରେ ଲାଗିଛି। କରୋନାର ଭୟାଭୟତାକୁ ଦୃଷ୍ଟି ରେ ରଖି ତଲାବନ୍ଦ ଘୋଷଣା ହୋଇଛି। ତାଲାବନ୍ଦ ସତ୍ବେ ବିନା କାରଣରେ ଲୋକେ ଘରୁ ବାହାରୁଛନ୍ତି। ସେଥିପାଇଁ ପୁଲିସ ରାସ୍ତା ଉପରେ ଠିଆ ହୋଇ ବାଇକ ଚାଳକ କୁ ତାଗିଦ କରିବା ପାଇଁ ପଡୁଛି। ନବରଙ୍ଗପୁର ଥାନା ପକ୍ଷରୁ ଥାନା ନିକଟରେ ଏବଂ ମଙ୍ଗଳମଟିମ୍ବରସ୍ ଛକରେ ପୁଲିସ ଅସ୍ଥାୟୀ ଚେକ୍ ପୋଷ୍ଟ ନିର୍ମାଣ କରାଯାଇଛି।

publive-image

ଉକ୍ତ ଚେକ୍ ପୋଷ୍ଟ ନିକଟରେ ପୁଲିସ ଦିନ ସାରା ରାସ୍ତା ଉପରେ ଠିଆ ହୋଇ ଅମାନିଆ ବାଇକ ଚାଳକ ଙ୍କ ଉପରେ ନଜର ରଖୁଛନ୍ତି। ଗତ କାଲି ସଂଧ୍ୟା ସମୟ ରେ ନବରଙ୍ଗପୁର ରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା। ସେହି ବର୍ଷାରେ ମଧ୍ୟ ନିଜେ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର , ଥାନା ଅଧିକାରୀ ତାରିକ ଅହମ୍ମଦ ଓ ଷ୍ଟାଫ ଛତା ଧରି ରାସ୍ତା ଉପରେ ଠିଆ ହୋଇ ଅମାନିଆ ବାଇକ ଚାଳକ ଙ୍କ ଉପରେ ନଜର ରଖୁଥିଲେ। ବର୍ଷାରେ ରାସ୍ତା ଉପରେ ଠିଆ ହୋଇଥିବା ଫଟୋ ଏବେ ବିଭିନ୍ନ ସମାଜିକ ଗଣମାଧ୍ୟମ ରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ପୋଷ୍ଟରେ ପୁଲିସର ଏପରି ମହତ କାମକୁ ବିଭିନ୍ନ ମହଲରେ ସାବାସି ଦିଆଯାଇଥିବାର ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe