ମାଲକାନଗିରି/ରାଇଘର: ନବରଙ୍ଗପୁରଜିଲ୍ଲା ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ରେକର୍ଡ କରାଯାଇଛି। ମୋଟ ୨୧ ଜଣ ମାଓ କ୍ୟାଡର ୧୮ ଗୋଟି ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି ଏବଂ ସମାଜର ମୁଖ୍ୟସ୍ରୋତକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଆତ୍ମସମର୍ପଣକାରୀ କ୍ୟାଡର କେଶକାଲ ଡିଭିଜନ (ଉତ୍ତର ଉପ-ଜୋନାଲ ବ୍ୟୁରୋ)ର କୁଏମାରୀ/କିସ୍କୋଡୋ ଏରିଆ କମିଟିର ଅଟନ୍ତି।

Advertisment

୧୩ ଜଣ ମହିଳା କ୍ୟାଡର

ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୪ ଜଣ ଡିଭିସିଏମ୍ (ଡିଭିଜନ ଉପାଧ୍ୟକ୍ଷ କମିଟି ସଦସ୍ୟ), ୯ ଜଣ ଏସିଆର କମିଟି ସଦସ୍ୟ ଏବଂ ଡିଭିଜନ କମିଟି ସଚିବ ମୁକେଶଙ୍କ ସମେତ ୮ ଜଣ ଦଳୀୟ ସଦସ୍ୟ ଅନ୍ତର୍ଭୁକ୍ତ। ଏହି ୨୧ ଜଣ ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ୧୩ ଜଣ ମହିଳା ଏବଂ ୮ ଜଣ ପୁରୁଷ କ୍ୟାଡର ରହିଛନ୍ତି l ଯେଉଁମାନେ ହିଂସା ଏବଂ ଜନବିରୋଧୀ ଚିନ୍ତାଧାରାର ପଥ ପରିତ୍ୟାଗ କରି ଶାନ୍ତି ଏବଂ ପ୍ରଗତି ପଥ ଗ୍ରହଣ କରିଛନ୍ତି l 

ଆହୁରି ପଢ଼ନ୍ତୁ: Bjp Spokesman Anil Biswal: କଂଗ୍ରେସ ଅଭ୍ଯାସଗତ ମିଛ ଅଭିଯୋଗକାରୀ: ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ

ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଶକ୍ତିଶାଳୀ ପ୍ରୟାସ

ସମସ୍ତ ଆତ୍ମସମର୍ପଣ କରିଥିବା କ୍ୟାଡରଙ୍କ ପାଇଁ ପୁଲିସ ଏବଂ ପ୍ରଶାସନିକ ପକ୍ଷରୁ ସମାଜରେ ପୁନଃମିଳନ ପ୍ରକ୍ରିୟା ଜାରି ରହିଛି। ବସ୍ତର ଆଇଜି ପି.ସୁନ୍ଦରରାଜ କହିଛନ୍ତି ଯେ ପୁନଃନିବାସ ପୁନଃରୁଦ୍ଧାର ପଦକ୍ଷେପ ବସ୍ତରରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ଶକ୍ତିଶାଳୀ ପ୍ରୟାସ। ମାଓ ହିଂସା ଛାଡ଼ି ମୁଖ୍ୟସ୍ରୋତରେ ଯୋଗ ଦେଉଥିବା ସାଥୀମାନଙ୍କ ଏହି ପଦକ୍ଷେପ ବସ୍ତରରେ ସ୍ଥାୟୀ ଶାନ୍ତି ପାଇଁ ମୂଳଦୁଆକୁ ଆହୁରି ମଜବୁତ କରିବା ସହିତ ଅଧିକ ସରକାରୀ ସୂଚନା ସଂଗ୍ରହ ରେ ଅଂଶୀଦାର କରାଯିବ ବୋଲି କହିଥିଲେ l 

ଆହୁରି ପଢ଼ନ୍ତୁ: National OBC Comission: ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯୋଗ ଶୁଣାଣି

ଦାଖଲ କଲେ ଅସ୍ତ୍ରଶସ୍ତ୍ର

ମାଓବାଦୀମାନଙ୍କ ଠାରୁ ୩ଗୋଟି AK-47 ରାଇଫଲ୍, ୪ଗୋଟି SLR ରାଇଫଲ୍, ୨ଗୋଟି INSAS ରାଇଫଲ୍, ୬ଗୋଟି 303 ରାଇଫଲ୍, ୨ଗୋଟି ସିଙ୍ଗଲ୍-ସଟ୍ ରାଇଫଲ୍ ଏବଂ ଗୋଟିଏ BGL ଅସ୍ତ୍ରଶସ୍ତ୍ର ମାଓବାଦୀମାନଙ୍କ ଦ୍ୱାରା ସଂଗୃହୀତ ହୋଇଛି। 

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା/ଦେବେନ୍ଦ୍ର ମିଶ୍ର