ଡାବୁଗାଁ/ ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କୁର୍ମୁଲିଆଗୁଡ଼ା ଗ୍ରାମରେ ଜଣେ ଯୁବକ ବେକରେ ରସି ଦେଇ ଜୀବନ ହାରିଛନ୍ତି। ମୃତ ଯୁବକ କୁର୍ମୁଲିଆଗୁଡ଼ା ଗ୍ରାମର ଚନ୍ଦ୍ର ଗୌଡ଼ଙ୍କ ପୁଅ ପର୍ଶୁରାମ ଗୌଡ (୨୨) ବୋଲି ଜଣାପଡିଛି। ଏ ନେଇ ମୃତ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି।
ସୂଚନା ଅନୁଯାଇ ଡାବୁଗାଁ ଥାନା ଜଟାବାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁର୍ମୁଲିଆଗୁଡା ଗ୍ରାମର ଚନ୍ଦ୍ର ଗୌଡ଼ଙ୍କ ସ୍ତ୍ରୀ ସହ ତିନି ପୁଅ ରହିଛନ୍ତି। ଗତ ଜାନୁଆରି ମାସରେ କୌଣସି କାରଣରୁ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଚନ୍ଦ୍ର ଗୌଡ଼ଙ୍କ ସାନ ପୁଅ ପର୍ଶୁରାମ ଗୌଡ଼ ଅଧିକାଂଶ ସମୟ ମାନସିକ ଦୁଶ୍ଚିନ୍ତାରେ ରହୁଥିଲା। ଗୁରୁବାର ରାତ୍ର ଚନ୍ଦ୍ର ଗୌଡ଼ଙ୍କ ପରିବାର ସମସ୍ତେ ଖାଇ ଶୋଇଲା ପରେ ରାତ୍ର ବିଳମ୍ବିତ ରାତ୍ରରେ ପର୍ଶୁରାମ ଘରୁ ବାହାରି ଘର ନିକଟ ଏକ ଶାଳ ଗଛରେ ମାନସିକ ଭାରସାମ୍ୟ ହରାଇ ବେକରେ ରସି ଦେଇ ଆତ୍ମହତ୍ୟା କରିଥିଲା। ସକାଳ ୬ ଘଣ୍ଟ ସମୟ ରେ ଘର ନିକଟ ଏକ ଗଛରେ ପର୍ଶୁରାମ ଗୌଡ଼ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ।
ଆହୁରି ପଢ଼ନ୍ତୁ: Expelled: ବିଜେଡିର କାର୍ଯ୍ୟାନୁଷ୍ଠାନ: ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ
ଏ ନେଇ ଆଜି ପୂର୍ବାହ୍ନରେ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ପୁଲିସ କୁର୍ମୁଲିଆ ଗୁଡା ଯାଇ ଶବ ଜବତ କରିଥିଲେ। କେସ ନ ୦୩/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏସ ଆଇ ସସ୍ମିତା ଦାସ ଘଟଣା ର ତଦନ୍ତ କରୁଛନ୍ତି।
Follow Us