ସୁନା ଇଟା ନାଁରେ ଲୁଟ ମାମଲାରେ ୪ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ସୁନା ଇଟା ଦେବା ନାଁରେ ସୁନା ଇଟା ଭଳି ଦିଶୁଥିବା ନକଲି ଇଟାକୁ ଦେଖାଇ ୪ ଜଣ ଅଭିଯୁକ୍ତ ୧୦ଲକ୍ଷ ଲୁଟ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଏବେ ସେହି ମାମଲାରେ ସେମାନଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି।

court

ନବରଙ୍ଗପୁର: ଗତ ୨୦୨୨ ମସିହା ସେପ୍ଟମ୍ବର ୭ ତାରିଖ ଦିନ ନବରଙ୍ଗପୁର ଥାନା ଅଂଚଳରେ ବ୍ରହ୍ମପୁରର ସାଗର ଗୌଡଙ୍କୁ ୪ ଜଣ ଅଭିଯୁକ୍ତ ମିଥୁନ ସାହୁ, ବଂଶୀଧର ପରିଡା, ଟୁନୁ ଟାକ୍ରୀ, ଯତୀନ୍ଦ୍ର ଖରା ସୁନା ଇଟା ଦେବା ନାଁରେ ସୁନା ଇଟା ଭଳି ଦିଶୁଥିବା ନକଲି ଇଟାକୁ ଦେଖାଇ ୧୦ ଲକ୍ଷ ଲୁଟ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ନବରଙ୍ଗପୁର ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୀମା ତ୍ରିପାଠୀ ଆଜି ଏହି ମାମଲାର ଶୁଣାଣି  କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୨୨ ମସିହା ସେପ୍ଟମ୍ବର ୭ ତାରିଖ ଦିନ ବ୍ରହ୍ମପୁରର ସାଗର ଗୌଡ଼ଙ୍କୁ ଅଭିଯୁକ୍ତ ମିଥୁନ ସାହୁ, ବଂଶୀଧର ପରିଡା, ଟୁନୁ ଟାକ୍ରୀ, ଯତୀନ୍ଦ୍ର ଖରା ସୁନା ଇଟା ଦେବା ନାଁରେ ଡାକିଥିଲେ। ସେ ଆସିବା ପରେ ସହରର ଏକ ନିର୍ଜନସ୍ଥାନରେ ସୁନା ଇଟା ଭଳି ଦିଶୁ ଥିବା ନକଲି ଇଟାକୁ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ କରିଥିଲେ ବୋଲି ସାଗର ନବରଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ। ନବରଙ୍ଗପୁର ଥାନାରେ ପିଏସ୍  କେସ ନମ୍ବର ୪୪୩/୨୨ରେ ମାମଲା ରୁଜୁ କରିଥିଲା। ପୁଲିସ ଭାରତୀୟ ପେନାଲ କୋଡ଼ର ଧାରା ୩୯୫ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିଲା l ମାମଲାର ଶୁଣାଣୀ ବେଳେ ୯ ଜଣ ସାକ୍ଷ୍ୟ ଦେଇଥିଲେ। ଉପଯୁକ୍ତ  ସାକ୍ଷ୍ୟ  ପ୍ରମାଣ ନମିଳିବାରୁ ଅଭିଯୁକ୍ତ ୪ ଜଣଙ୍କୁ  ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ନିର୍ଦୋଷରେ ଖଲାସ କରିଛନ୍ତି l ଅଭିଯୁକ୍ତମାନଙ୍କ ପକ୍ଷରୁ ବରିଷ୍ଠ ଓକିଲ ନରସିଂହ ତ୍ରିପାଠୀ ଓ ଦେବୀ ପ୍ରସାଦ ସିଂ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe