ମହୁମାଛି ଦ˚ଶନରେ ୪ ଗୁରୁତର

Advertisment
ମହୁମାଛି ଦ˚ଶନରେ ୪ ଗୁରୁତର

ଚନ୍ଦାହାଣ୍ତି,: ଚନ୍ଦାହାଣ୍ତି ବ୍ଲକ ଅନ୍ତର୍ଗତ କୋଇଲିମୁଣ୍ତା ପ˚ଚାୟତ ସାପ୍ତାହିକ ହାଟରେ ଆଜି ମହୁମାଛି ଦଂଶନରେ ୪ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ନିମନ୍ତେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ସ୍ବାଭାବିକ ଭାବେ ହାଟ ଚାଲିଥିଲା। ତେବେ କ’ଣ ହେଲା କେଜାଣି ନିକଟସ୍ଥ ଗୋଟିଏ ଗଛରେ ବସା କରିଥିବା ମହୁମାଛି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏପରିକି ହାଟକୁ ବ୍ୟବସାୟ ପାଇଁ ଆସିଥିବା ତୁଳସିରାମ ହ˚ସ, ବିରବାହାଦୁର ବାଘ, ବିଦ୍ୟାଧର ସାଗର ଏବ˚ ମଙ୍ଗଳ ସି˚ ଗୌଡ଼ ପ୍ରମୁଖ ଏଥିରୁ ବର୍ତି ନଥିଲେ। ଗୁରୁତର ଅବସ୍ଥାରେ ଏମାନଙ୍କୁ ବିଜୁ ଯୁବ ବାହିନୀ ସଦସ୍ୟ ଦେନାଥ ରାଉତ, କେଦାର ମାଝୀ, ଯୁବରାଜ ଟୋଲଟିଆ, ଟିକେସ ଝାଙ୍କର, ଦୈତାରୀ ପୂଜାରୀ, ଈଶ୍ବର ମାଝୀ ପ୍ରମୁଖ ଉଦ୍ଧାର କରି ପ୍ରଥମେ କୋଇଲିମୁଣ୍ତା ସ୍ଥିତ ଡିଜିଟାଲ ଡିସପେନସାରିକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ବିଦ୍ୟାଧର ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ତନି ଜଣ ଚନ୍ଦାହାଣ୍ତି ଠାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ବିଜୟଲକ୍ଷ୍ମୀ ପ୍ରଧାନ, ଡ.କଳ୍ପେଶ ସୁନା ଏବ˚ ଡ. ପ୍ରଶାନ୍ତ କୁମାର ଦାସ ଚିକିତ୍ସା କରୁଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe