ଝରିଗାଁରେ ୬୨ କଇଁଛ ଜବତ, ଅଭିଯୁକ୍ତ ଗିରଫ

Advertisment
ଝରିଗାଁରେ ୬୨ କଇଁଛ ଜବତ, ଅଭିଯୁକ୍ତ ଗିରଫ

ଝରିଗାଁ: ଝରିଗାଁ ବନ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତକାଲି ରାତ୍ରିରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ୬୨ କଇଁଛ ଜବତ କରିବା ସହ କଇଁଛ ବେପାରୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
ସୂଚନା ପ୍ରକାରେ ଝରିଗାଁ ବନ ବିଭାଗ ପକ୍ଷରୁ ରେଞ୍ଜର ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ଗାର୍ଡ ଅନନ୍ତ କୁମାର ଝଙ୍କାରଙ୍କ ସହ ଏକ ଟିମ ଝରିଗାଁ ବନ ବିଭାଗ ଅନ୍ତର୍ଗତ କଂଗ୍ରା ସେକସନ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଜଡ଼ାଆମ୍ବ ଛକ ଠାରେ କିଛି ସମୟ ପାଇଁ ରହିଥିଲେ।ତେବେ ସେହି ସମୟରେ ଭିତରକରମାରୀ ଠାରୁ ବାଇକ(ସିଜି ୦୪ ସିଜେଡ୍ ୩୮୩୫) ରେ କଦଭଟ୍ଟା ୟୁଭି ୨୨ ନମ୍ବର ଗ୍ରାମର ଧୀରଜ ମିସ୍ତ୍ରୀ ଜଡ଼ାଆମ୍ବ ଛକ ଦେଇ ଯାଉଥିଲେ। ଯିବା ସମୟରେ ବନ ବିଭାଗର କର୍ମଚାରୀମାନେ ବସ୍ତାରେ କିଛି ନେଇ ଯାଉଥିବା ଦେଖି ଗାଡ଼ିକୁ ଅଟକାଇ ତଦାରଖ କରିଥିଲେ।

publive-image

ତଦାରଖ କରିବା ପରେ ବସ୍ତାରେ ୬୨ଟି ଜୀବନ୍ତ କଇଁଛ ଥିବା ଦେଖି ତୁରନ୍ତ କଇଁଛ ସହ ଶ୍ରୀ ମିସ୍ତ୍ରୀଙ୍କୁ ଝରିଗାଁ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। ଅଧିକ ତଦନ୍ତ କରିବା ପରେ କଳାହାଣ୍ଡିରୁ କଇଁଛ ଚୋରାଚାଲାଣ କରି କଦଭଟ୍ଟା ଗ୍ରାମରେ ବିକ୍ରି କରିବା ପାଇଁ ନେଉଥିବା ଜଣାପଡ଼ିଥିଲା। ଶେଷରେ ଗତକାଲି କଇଁଛ ମାନଙ୍କୁ ଝରିଗାଁ ନର୍ସରିଠାରେ ସୁରକ୍ଷିତ ଭାବେ ରଖିବା ସହ ଅଭିଯୁକ୍ତ ଶ୍ରୀ ମିସ୍ତ୍ରୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe