ନବରଙ୍ଗପୁରରେ ଖୋଲିବ ୭୮ ନୂଆ ପେଟ୍ରୋଲ ପମ୍ପ

Advertisment
ନବରଙ୍ଗପୁରରେ ଖୋଲିବ ୭୮ ନୂଆ ପେଟ୍ରୋଲ ପମ୍ପ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ୭୮ଟି ନୂଆ ପେଟ୍ରୋଲ ପମ୍ପ ଖୋଲିବ। ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି। ଏହି ପେଟ୍ରୋଲ ପମ୍ପ ଗୁଡିକ କେବଳ ସହର ନୁହେଁ ଜନଗହଳୀପୂର୍ଣ୍ଣ ଗ୍ରାମାଞ୍ଚଳରେ ଖୋଲାଯିବ। ଗ୍ରାମାଞ୍ଚଳରେ ଉପଭୋକ୍ତା ଯେପରି ଭାବେ ଭଲ ତେଲ ଓ ଉଚିତ ଦରରେ ପାଇପାରିବେ ସେନେଇ ଏହି ପଦକ୍ଷେପ ନିଆଯାଇଛି। ଏହି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଯେ କୌଣସି ବ୍ୟକ୍ତି ଆବେଦନ କରିପାରିବେ। ଅନଲାଇନ ମାଧ୍ୟମରେ ଆବେଦନ କରିଯାଇ ପାରିବ। ଗରିବ, ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କୁ ଆର୍ଥିକ ସହାୟତା ଭାରତ ସରକାର ଯୋଗାଇଦେବେ ବୋଲି ଏକ ସାମ୍ବାଦିକ ସମ୍ମଳନୀରେ ଇଣ୍ଡିଆନ ଓଏଲ ସହକାରୀ ସେଲସ୍ ମ୍ୟାନେଜର ସୁଭମ ସିଂ ଓ ବିପିସିଏଲ୍ ସେଲସ୍ ଅଫିସର ବ୍ରାବିନ ସାହୁ ପ୍ରକାଶ କରିଛନ୍ତି। ଲୋକଙ୍କ ମନରେ ପେଟ୍ରୋଲ ପମ୍ପର ମାଲିକାନା ନେଇ ଯେଉଁ ଧାରଣା ରହିଥିଲା ସେହି ଧାରଣାକୁ ଦୂର କରିବା ପାଇଁ ସଚେତନତା କରାଯାଉଛି ବୋଲି କହିଥିଲେ। ଏବେ ନବରଙ୍ଗପୁର ଜିଲ୍ଲାରେ ନୂଆରେ ଖୋଲିବାକୁ ଥିବା ପେଟ୍ରୋଲ ପମ୍ପ ମଧ୍ୟରୁ ଆଇପିସିଏଲର ୪୦ଟି, ୧୯ଟି ଏଚପିସିଲର ଏବଂ ୧୯ଟି ବିପିସିଏଲ୍ କମ୍ପାନି ଖୋଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe