ପରକୀୟା ସନ୍ଦେହ, ୭ପରିବାର ବାସନ୍ଦ

Advertisment
ପରକୀୟା ସନ୍ଦେହ, ୭ପରିବାର ବାସନ୍ଦ

ପାପଡାହାଣ୍ଡି: ଜଣେ ବିବାହିତା ମହିଳାଙ୍କ ସହ ପରକୀୟପ୍ରୀତି ଅଭିଯୋଗରେ ଗୋଟିଏ ଗାଁର ୭ପରିବାରକୁ ବାସନ୍ଦ କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ହାତୀବେଢ଼ା ପଞ୍ଚାୟତର ଡେରକୁଗୁଡା ଗାଁରେ। ଏହାପରେ ଉକ୍ତ ୭ପରିବାରର ସମସ୍ୟା ବଢ଼ି ଯାଇଥିବା ବେଳେ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଉପରୋକ୍ତ ଗାଁର ଜଣେ ମହିଳା କିଛି ଦିନ ତଳେ ଗାଁ ଛାଡ଼ି କେଉଁ ଆଡ଼େ ଚାଲି ଯାଇଥିଲେ। ଉକ୍ତ ଗାଁର ଜଣେ ଯୁବକ ହିଁ ମହିଳାଙ୍କୁ ନେଇ କେଉଁ ଆଡ଼େ ଚାଲି ଯାଇଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଏନେଇ ମହିଳାଙ୍କ ପରିବାର ଲୋକ ଗତ ଫେବ୍ରୁଆରି ମାସରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତି କରି ପୁଲିସ ଉଭୟ ପରିବାରକୁ ଡକାଇଥିଲେ। ମହିଳା ଜଣକ ଥାନାରେ ପହଞ୍ଚି ଝରିଗାଁ ବ୍ଲକରେ ନିଜ ବାପାଙ୍କ ଘରେ ରହୁଥିବା କହିଥିଲେ। ତେଣୁ ଉକ୍ତ ଯୁବକଙ୍କୁ ପୁଲିସ ଛାଡ଼ି ଦେଇଥିଲା। ଅପରପକ୍ଷରେ ଗ୍ରାମବାସୀ ଉକ୍ତ ଯୁବକଙ୍କ ସହ ଅନ୍ୟ ୬ଟି ପରିବାରକୁ ବାସନ୍ଦ କରି ଦେଇଥିଲେ। ଗାଁର ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଏବଂ ଶ୍ମଶାନ ଯିବାକୁ ବାରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ବାସନ୍ଦ ହୋଇଥିବା ପରିବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏହାପରେ ବୁଧବାର ଦିନ ଗ୍ରାମବାସୀ ଗୋଟିଏ ନଳକୂପକୁ ଭାଙ୍ଗି ଦେଇଥିଲେ। ଯାହାଫଳରେ ଘର ଠାରୁ ଦେଢ଼ କିଲୋମିଟର ଦୂର‌ରକୁ ଯାଇ ଗ୍ରାମବାସୀ ପାଣି ଆଣୁଛନ୍ତି। ଏନେଇ ପାପଡାହାଣ୍ଡି ବିଡିଓଙ୍କୁ ଅବଗତ କରାଯିବାରୁ ବର୍ତ୍ତମାନ ସେ ନିର୍ବାଚନ କାମରେ ବ୍ୟସ୍ତ ଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe