ଖଇରଭାଡ଼ି ଠାରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଇକୋ ବାଇକ ମୁହାଁମୁହିଁ, ଘଟଣାସ୍ଥଳରେ ବାଇକ ଆରୋହୀ ମୃତ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡ଼ିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଇକୋ ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।  ମୃତକ ଜଣକ ହେଉଛନ୍ତି ଛତିଶଗଡ ରାଜ୍ୟ ଦେଭୋଗ ଥାନା ଅଧିନ ଅମେଡ଼ ଗ୍ରାମର ପିତାମ୍ଭର ବିଶି l  

Untitled

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଖଇରଭାଡ଼ିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏଠାରେ ଇକୋ ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।  ମୃତକ ଜଣକ ହେଉଛନ୍ତି ଛତିଶଗଡ ରାଜ୍ୟ ଦେଭୋଗ ଥାନା ଅଧିନ ଅମେଡ଼ ଗ୍ରାମର ପିତାମ୍ଭର ବିଶି l  

ଖବର ପାଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଯୁଗଳକିଶୋର ସାଙ୍କ ନିର୍ଦ୍ଦେଶକ୍ରମେ  ଏସଆଇ ବିଜୁରାମ ବାଘ, ହାବିଲଦାର କିରଣ କୁମାର ଦୋରା ଏବଂ ପୁଲିସ ବଳ ଘଟଣାସ୍ଥଳକୁ ଆସି ମୃତଦେହ ଜବତ କରିଛନ୍ତି l ଗାଡିର ଡ୍ରାଇଭର ଛତିଶଗଡ ରାଜ୍ୟ  ଅମଲିପଦର ଥାନା ଅଧିନ ଦାବିରୀଗୁଡା ଗ୍ରାମର ଧନସିଂ ୟାଦବ  ବୋଲି ଜଣାଡିଛି l ଡ୍ରାଇଭରକୁ ପୁଲିସ ଗିରଫ କରିଥିବା ସୂଚନା ରହିଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ରାସ୍ତାରେ ଶଵ ରଖି  ଭିକ୍ଷୋଭ ପଦର୍ଶନ କରୁଛନ୍ତି l  ଗାଡିର ଡ୍ରାଇଭର  ଧନସିଂ ୟାଦବ   ପ୍ରଚୁର ମଦପାନ କରି ଗାଡି ଚଳାଉଥିବା ବେଳେ ତାର ଡ୍ରାଇଭିଙ୍ଗ ଲାଇସେନ୍ସ ନ ଥିବା   ଡ୍ରାଇଭର ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe