ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ରମେଶ ମାଝୀ

ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଲେ ରମେଶ ମାଝୀ

ନବରଙ୍ଗପୁର: ବିଳମ୍ବିତ ରାତିରେ ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେଅଳ୍ପକେ ବର୍ତ୍ତିଯାଇଛନ୍ତି ରମେଶ ମାଝୀ। ସେ ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ଦୁଇଟା ସମୟରେ ନବରଙ୍ଗପୁର ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ରାୟପୁର ରାସ୍ତା ଦେଇ ଫେରୁଥିବା ବେଳେ ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଠାରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ଗାଡ଼ିର ଚକା ଫାଟିଯିବା ଯୋଗୁଁ ଗାଡ଼ି ଏକ ଖାତ ଭିତରକୁ ପଶି ଯାଇଥିଲା।

ଦୁର୍ଘଟଣା ସମୟରେ ଗାଡ଼ିରେ ସାଂସଦଙ୍କ ସମେତ ଗାଡ଼ି ଡ୍ରାଇଭର ଓ ପିଏସଓ ଉପସ୍ଥିତ ଥିଲେ। ସମସ୍ତେ ସାମାନ୍ୟ ଆହତ ହୋଇ ସୁରକ୍ଷିତ ଥିବା ବେଳେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe