Advertisment

Grievance: ଅଭିଯୋଗ ଶୁଣାଣିକୁ ପ୍ରଶାସନିକ ଅଧିକାରୀ ଦେଉ ନାହାନ୍ତି କି ଗୁରୁତ୍ବ?

Advertisment

ନୂଆ ସରକାର ଆସିବା ପରେ ଅଭିଯୋଗ ଶୁଣାଣିକୁ ଅତ୍ୟାଧିକ ଗୁରୁତ୍ବ ଦେଉଛନ୍ତି। ତେବେ ପ୍ରଶାସନିକ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେତେଟା ଗୁରୁତ୍ବ ଦେଉନାହାନ୍ତି। ତାହା  ଜିଲ୍ଲା ସଦରମହକୁମାର ନବରଙ୍ଗପୁର ପୌରପାଳିକାରେ ହୋଇଥିବା ଏହି ମାସର ପ୍ରଥମ ଅଭିଯୋଗ ଶୁଣାଣିରେ ଚିତ୍ର ଦେଖିବାକୁ ମିଳିଥିଲା।

ନୂଆ ସରକାର ଆସିବା ପରେ ଅଭିଯୋଗ ଶୁଣାଣିକୁ ଅତ୍ୟାଧିକ ଗୁରୁତ୍ବ ଦେଉଛନ୍ତି। ତେବେ ପ୍ରଶାସନିକ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେତେଟା ଗୁରୁତ୍ବ ଦେଉନାହାନ୍ତି। ତାହା  ଜିଲ୍ଲା ସଦରମହକୁମାର ନବରଙ୍ଗପୁର ପୌରପାଳିକାରେ ହୋଇଥିବା ଏହି ମାସର ପ୍ରଥମ ଅଭିଯୋଗ ଶୁଣାଣିରେ ଚିତ୍ର ଦେଖିବାକୁ ମିଳିଥିଲା।

NGP

ନବରଙ୍ଗପୁର (ସୁରେଶ ନାଇଡୁ): ନୂଆ ସରକାର ଆସିବା ପରେ ଅଭିଯୋଗ ଶୁଣାଣିକୁ ଅତ୍ୟାଧିକ ଗୁରୁତ୍ବ ଦେଉଛନ୍ତି। ତେବେ ପ୍ରଶାସନିକ ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେତେଟା ଗୁରୁତ୍ବ ଦେଉନାହାନ୍ତି। ତାହା  ଜିଲ୍ଲା ସଦରମହକୁମାର ନବରଙ୍ଗପୁର ପୌରପାଳିକାରେ ହୋଇଥିବା ଏହି ମାସର ପ୍ରଥମ ଅଭିଯୋଗ ଶୁଣାଣିରେ ଚିତ୍ର ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟ ସାଢ଼େ ୧୦ଟାରେ ହାତ ଗଣତି ମାତ୍ର ୧୦ଟି ଜିଲ୍ଲାସ୍ତରୀୟ ଅଧିକାରୀ, ପୌରନିର୍ବାହୀ ଅଧିକାରୀଙ୍କୁ ବାଦ୍ ଦେଲେ କାହାରି ଦେଖାନଥିଲା।

ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଦଶହରାପଦାର ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ରକୁ ଅଚାନକ ତଦାରଖରେ ଯାଇ‌ ଫେରିଥିଲେ। ସେ ଫେରି ଅଭିଯୋଗ ଶୁଣାଣି ଆରମ୍ଭ କରିବା ପରେ ଧୀରେଧୀରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପହଚିଂଥିଲେ। ତା ବାଦେ ବି ୧୦ରୁ ଊର୍ଦ୍ଧ୍ବ ସିଟ୍ ଖାଲି ପଡ଼ିଥିଲା। ଆସିଥିବା ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ମୋବାଇଲରେ ମାତି ରହିଥିଲେ। ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ନଥିବା ଦେଖି ଜିଲ୍ଲାପାଳ ବି ପ୍ରତିକ୍ରିୟା ପ୍ରକାଶ କରିଥିଲେ। 

ଆହୁରି ପଢ଼ନ୍ତୁ: Health: ନବରଂଗପୁର ଜିଲ୍ଲାର ୭ଟି ବ୍ଲକରେ କେବେ କାର୍ଯ୍ୟକାରୀ ହେବ ଅଲଟ୍ରାସ୍କାନ୍ ସୁବିଧା?

ତେବେ ହୋଲି ଓ ଦୋଳର ସରକାରୀ ଛୁଟି ଥିବାରୁ ସରକାରୀ ବାବୁମାନେ ଆଗୁଆ ଛୁଟି‌ ନେଇ ଗାୟବ। ଏଭଳିକି ଜିଲ୍ଲାପାଳ କିଛି ଅଭିଯୋଗ ପାଇବା ପରେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଖୋଜୁଥିବା ବେଳେ ମିଳିନଥିଲେ। ଜିଲ୍ଲାପାଳ ଓ ଏସପି ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସିଡିଓ ବିରଂଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସହ ହାତ ଗଣତି କିଛି ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ୫୫ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ୪୬ଟି ବ୍ୟକ୍ତିଗତ ସମସ୍ୟା ଓ ୯ଟି ଗ୍ରାମ୍ୟ ଏବଂ ସାମୁହିକ ସମସ୍ୟା ସମ୍ମିଳିତ ରହିଥିଲା। ୪ଟି ଅଭିଯୋଗ ଶୁଣାଣୀରେ ସମାଧାନ କରାଯାଇଥିଲା। ବିଳମ୍ବରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଆସିଥିବାକୁ ମାନିଛନ୍ତି  ଜିଏଣ୍ଡଏମ୍ ବିଭାଗର ଆସିଷ୍ଟାଣ୍ଡ କଲେକ୍ଟର ଶିବଶଙ୍କର ପାଢ଼ୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe