ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଲେ ବିଜେପି କାର୍ଯ୍ୟକର୍ତ୍ତା

Advertisment

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ପରେ ତାତିଲେ କର୍ମୀ

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ ପରେ ତାତିଲେ କର୍ମୀ

ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଲେ ବିଜେପି କାର୍ଯ୍ୟକର୍ତ୍ତା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଲେ ବିଜେପି କାର୍ଯ୍ୟକର୍ତ୍ତା ।ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ଦ୍ବାରା ନବରଙ୍ଗପୁର ନଗରପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ଅଧିକାରୀଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବିରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ବିଜେପି କାର୍ଯ୍ୟକର୍ତ୍ତାମାନେ ଧାରଣା ଦେଇଛନ୍ତି।

ଗତକାଲି ନବରଙ୍ଗପୁର ସହର ଆରସିଡି ହାଇସ୍କୁଲ ପଡ଼ିଆଠାରେ ହକି ବିଶ୍ୱକପର ଟ୍ରଫିକୁ ସ୍ୱାଗତ କାର୍ଯ୍ୟକ୍ରମ ସମୟରେ ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାଶ  ମଞ୍ଚରେ ଉପସ୍ଥିତ ଥିବା ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ହୁ ଆର ୟୁ କହିବା ସହ ତୁମେ ପ୍ରୋଟୋକଲ ଜାଣି ନଥିବା କହି ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। ଜଣେ ନିର୍ବାଚିତ ପ୍ରତିନିଧିଙ୍କୁଙ୍କୁ ଜିଲ୍ଲା ସ୍ତରୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୁର୍ବ୍ୟବହାରକୁ ନାପସନ୍ଦ କରିଛି ଜିଲ୍ଲା ବିଜେପି ।

ଏଣୁ ସମ୍ପୃକ୍ତ ଅଧିକାରୀଜଣକ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି ଧାରଣାରତ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା। ଯଦି କ୍ଷମା ନ ମାଗନ୍ତି ତେବେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe