ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଟ୍ରାକ୍ଟରରେ ବୁହା ହେଲେ ଗର୍ଭବତୀ

Advertisment
ପହଞ୍ଚି ପାରିଲାନି ଆମ୍ବୁଲାନ୍ସ: ଟ୍ରାକ୍ଟରରେ ବୁହା ହେଲେ ଗର୍ଭବତୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ମଇନାପଦର ଗ୍ରାମକୁ ପକ୍କା ରାସ୍ତା ନଥିବା ଯୋଗୁଁ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଟ୍ରାକ୍ଟରରେ ଆଣିବା ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ମଇନାପଦର ଗ୍ରାମର ଭୀମ ଗୌଡ଼ଙ୍କ ସ୍ତ୍ରୀ ସୁକାନ୍ତି ଗୌଡ଼ଙ୍କୁ ଗତକାଲି ରାତ୍ରି୮ ଟା ସମୟରେ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ସ୍ଥାନୀୟ ଆଶା ବିମଳା ଗୌଡ଼ଙ୍କୁ ଖବର ଦେଇଥିଲେ।ଆଶା ତୁରନ୍ତ ସୁକାନ୍ତିଙ୍କ ଘରେ ପହଞ୍ଚିବା ସହ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ତୁରନ୍ତ ମଇନାପଦର ଗ୍ରାମ ଅଭିମୁଖେ ବାହାରିଥିଲା। ତେବେ ମଇନାପଦର ରାସ୍ତା ଖରାପ ଯୋଗୁଁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ସାପଗନ୍ଧା ଏବଂ ଆମ୍ବାଧୋରା ଗ୍ରାମ ଛକ ନିକଟରେ ରହିଗଲା।

ଖବର ପାଇ ପରିବାର ଲୋକ ଏକ ଟ୍ରାକ୍ଟର ଯୋଗେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗତକାଲି ସୁକାନ୍ତି ଏକ ନବଜାତ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe